ରେଳ ଷ୍ଟେସନରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ମୁଖ୍ୟ ରେଳ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ହାଇଛି । ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ । ପ୍ରାଥମିକ ତଦନ୍ତରୁ ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମଙ୍ଗଳବାର ପୂର୍ବାହ୍ନରେ ୨ ନମ୍ବର ରେଳଧାରଣା ପାର୍ଶ୍ଵରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖ୍ ଯାତ୍ରୀମାନେ ରେଲୱେ ପୋଲିସ୍‌କୁ ଖବର ଦେଇଥିଲେ ।

ରେଳବାଇ ପୋଲିସ୍ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶବ ସଂରକ୍ଷଣାଗାରରେ ରହିଥିବା ବେଳେ ପରିଚୟ ଚିହ୍ନଟ କରିବାକୁ ରେଳବାଇ ପୋଲିସ୍ ଉଦ୍ୟମ ଚଳାଇଛି ।


ସେୟାର କରନ୍ତୁ