ରାସ୍ତା ମରାମତି ଦାବିରେ ଆନ୍ଦୋଳନ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଳକ୍ କଣ୍ଟାବଣିଆ ଥାନା କଣ୍ଟାବଣିଆ ଛକରୁ ମଙ୍ଗଳପୁର ରାସ୍ତା ମରାମତି ଦାବିରେ କଣ୍ଟାବଣିଆ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଉକ୍ତ ରାସ୍ତା ଉପରେ ଆଖପାଖ ୮ଟି ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ ଖାଲଖମା ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ବର୍ଷାରେ ଖାଲଖମାରେ ପାଣି ଜମି ସମସ୍ୟାକୁ ଦୁଇଗୁଣିତ କରିଛି । ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ଖାଲଖମା ହୋଇଥିବା ବେଳେ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉନି ।

ଏହାକୁ ନେଇ ଆଜି ଅନିଲ୍ ମହାଖୁଡ଼,ରାଜେଶ ମହାଖୁଡ଼,ବିରେନ ସାହୁ,ଜିତେନ୍ଦ୍ର ଝାଙ୍କର,ତ୍ରିଲୋଚନ ଭୋଇ,ସୁମନ ବେହେରା,ସିଦ୍ଧାନ୍ତ ସାହୁ,ଶ୍ରୀମୁଖ ସାହୁ, ନାରାୟଣ ମହାଖୁଡ଼ଙ୍କ ସମେତ ଗ୍ରାମବାସୀ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଗାଡ଼ିମଟର ଚଳାଚଳ ଠପ୍ ହୋଇଯାଇଥିଲା । ପୋଲିସ୍ ଅଧିକାରୀ ଓ ସ୍ଥାନୀୟ ଶିଳ୍ପସଂସ୍ଥାର ପ୍ରତିନିଧି ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ରାସ୍ତା ମରାମତୀ ନିମନ୍ତେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।


ସେୟାର କରନ୍ତୁ