ମାଳି ବିଡୋ ଗ୍ରାମର କାଦୁଅ ଖାଲଖମାରେ ରାସ୍ତା ଶୋଚନୀୟ

ରାଜ୍ୟ
ସେୟାର କରନ୍ତୁ

ଢେ଼ଙ୍କାନାଳ : ଓଡ଼ାପଡ଼ା ବ୍ଲକର ବିଡୋ ପଞ୍ଚାୟତ ମାଳି ବିଡୋ ଗ୍ରାମର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ବର୍ଷା ଦିନିଆ ହେଲେ ଯାତାୟତ ବହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି । ରାସ୍ତାଟି ଖାଲଖମା,ମାଟି,କାଦୁଅ ରାସ୍ତା ଯୋଗୁଁ ବାଇକ ଯୋଗେ ଯାତାୟତ କରୁଥିବାରୁ ପଥଚାରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଉକ୍ତ ଗ୍ରାମର ବାସ୍ତବ ଚିତ୍ର ବଖାଣୁଛି ବିକାଶ ଯେପରି ଏଇ ଗାଁରେ ପାଦ ପକେଇ ନାହିଁ ବୋଲି ଜଣାପଡିଛି । ଉକ୍ତ ଗ୍ରାମର ରାସ୍ତା ପାଇଁ ଦୀର୍ଘଦିନରୁ ରାସ୍ତାର ମରାମତି ପାଇଁ ଗ୍ରାମବାସୀ ସ୍ଥାନୀୟ ବିଧାୟିକା,ସାଂସଦ,ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନକୁ ଅନୁରୋଧ କରିଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଗ୍ରାମକୁ ଉତ୍ତମ ରାସ୍ତା ଭଲ ଭାବେ ହୋଇ ପାରି ନାହିଁ । ଫଳରେ ଉକ୍ତ ଗ୍ରାମବାସୀ କହିବା ଅନୁସାରେ ଏହି ରାସ୍ତା ଅଧାଭାଗ ରେଲୱେ ଏବଂ ଅଧାଭାଗ ସରକାରଙ୍କ ଅଧୀନରେ ରହିଛି । ୫୫ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତାରେ ୮ ଖଣ୍ଡ ଗ୍ରାମର ଗ୍ରାମବାସୀ ମାନେ ଏହି ରୋଡ ଉପରେ ନିର୍ଭର କରନ୍ତି । ଉପରେ ରେଲୱେ ବ୍ରିଜ ଥିବାବେଳେ ତଳେ ସାଧାରଣ ଲୋକମାନେ ଏହି ରାସ୍ତାକୁ ବ୍ୟବହାର କରୁଥିଲେ ମାତ୍ର ବର୍ତ୍ତମାନ ଲଘୁଚାପ ଫଳରେ ଏହି ରାସ୍ତାଟି ଏବେ ଖାଲଖମା,ମାଟି,କାଦୁଅ ଓ ମରଣଯନ୍ତା ପାଲଟିଛି । ରେଲୱେ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।


ସେୟାର କରନ୍ତୁ