କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ସ୍ଥିତ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଥିବା କଲୋନୀରୁ ଗତ ୧୦ ତାରିଖ ଦିନ ଛାତ୍ର ନିଖୋଜ ହେବାର ଗୋଟେ ଦିନ ପରେ ଅର୍ଥାତ୍ ଗତ ୧୧ ତାରିଖ ଦିନ ଜିରିଡାମାଳି ସ୍ଥିତ ରେଙ୍ଗାଳି କେନାଲରେ ୮ମ ଶ୍ରେଣୀ ଛାତ୍ର ବିଷ୍ଣୁ ପ୍ରସାଦ ବରାଳ ଙ୍କ ମୃତ ଦେହ ଭାସୁଥିବା ଅବସ୍ଥାରେ ମିଳିଥିଲା । ଯାହାକି ସମଗ୍ର କାମାକ୍ଷାନଗର ରେ ଦୁଃଖ ର ଛାୟା ଖେଳିଯାଇଥିଲା ।
କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ତଥା ଢେ଼ଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଧର୍ମାନନ୍ଦ ପରିଡ଼ାଙ୍କ ନେତୃତ୍ୱରେ ଉପନଗରପାଳ ଶକୁନ୍ତଳା ସେଠୀ, ବିଜେଡ଼ି ଜିଲ୍ଲା ଉପସଭାପତି ହିମାଂଶୁ ଶେଖର ମହାପାତ୍ର, ନଗରସଭାପତି ଆଦିତ୍ୟ ପ୍ରସାଦ ଆଚାର୍ଯ୍ୟ, କାଉନସିଲର ଶୁକଦେବ ସାହୁ, ସଞ୍ଜୟ କୁମାର ପରିଡ଼ା, ପ୍ରମୋଦ କୁମାର ଷେଣ୍ଢ, ଅଭିମନ୍ୟୁ ପରିଡ଼ା, ବନମାଳୀ ରାଉଳ, ଖୁଲଣା ବେହେରା, ରିତା ନାଏକ, ରିଙ୍କି ବେହେରା ଓ ବିଜେଡ଼ି କର୍ମୀ ପ୍ରକାଶ କୁମାର ପଣ୍ଡା, ରବି ବେହେରା ଆଦି ବିଷ୍ଣୁ ଙ୍କ ବାସଭବନ ରେ ପହଁଞ୍ଚି ତାଙ୍କ ବାପା ଓ ମାଆ ଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ସହ ସାନ୍ତ୍ଵନା ଦେଇଥିଲେ ।
ବିଷ୍ଣୁଙ୍କୁ ତ ଆମେ ଫେରେଇ ଆଣି ପାରିବୁନି ହେଲେ କୌଣସି ପ୍ରକାର ସହଯୋଗର ଆବଶ୍ୟକତା ଦରକାର କାମାକ୍ଷାନଗର ବିଜେଡି ସବୁ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ନଗରପାଳ ଧର୍ମାନନ୍ଦ ପରିଡ଼ା କହିଛନ୍ତି ।