ସାହାସ ଜୁଟାଇ ଲୁଟେରାକୁ କାବୁ କଲେ ମହିଳା

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ଆସିଥିଲେ ଚେନ ଝାମ୍ପିବାକୁ । ହେଲେ ଭାଗ୍ୟ ଖରାପ କି ଶେଷରେ ଧରାପଡିଲେ । ଏମିତି ଏକ ଘଟଣା ଘଟିଛି ବଡ଼ଗଡ଼ ଥାନା ଅଚଂଳରେ । ସୁନା ଚେନ ଝାମ୍ପିବା ମହଙ୍ଗା ପଡିଛି ଜଣେ ଲୁଟେରାକୁ । ମହିଳାଙ୍କ ବେକରୁ ଚେନ ଝାମ୍ପିବା ବେଳେ ସାହାସୀ ମହିଳା ଜଣଙ୍କ ଲୁଟେରାକୁ କାବୁ କରି ନେଇଥିଲେ । ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଯୁବକ ଲୁଟେରାକୁ ଧରି ନିର୍ଧୁମ ପିଟିବା ପରେ ପୁଲିସ ଜିମା ଦେଇଥିଲେ । ଗିରଫ ଲୁଟେରା ଜଣଙ୍କ ହେଉଛି ବଡଗଡ ଦୋଳମଣ୍ଡପ ସାହିର ସୁଶାନ୍ତ ଭଞ୍ଜ । ତାଠାରୁ ପୁଲିସ ସୁନା ଚେନକୁ ମଧ୍ୟ ଜବତ କରିଛି ।

ସୂଚନା ମୁତାବକ, ବୁଧବାର ୧୨ଟା ସମୟରେ ବଡଗଡ ଥାନା ପାଣ୍ଡବ ନଗରର ଜନୈକ ମହିଳା ସନ୍ଧ୍ୟା ପଟ୍ଟନାୟକ ଘରକୁ ଚାଲି ଚାଲି ଫେରୁଥିଲେ । ବାସ ଏହି ସମୟରେ ମହିଳାଙ୍କ ପିଛା କରିଥିଲେ ଲୁଟେରା ସୁଶାନ୍ତ । ମହିଳାଙ୍କ ପଛପଟୁ ଆସି ବେକରୁ ସୁନା ଚେନ ଝାମ୍ପିବା ବେଳେ ସନ୍ଧ୍ୟା ସାହାସ ଜୁଟାଇ ଲୁଟେରା ସାର୍ଟକୁ ଧରି ପକାଇଥିଲେ । ଏହି ସମୟରେ ସେ ମହିଳାଙ୍କୁ ଠେଲି ଦେଇ ଖସି ଯିବାକୁ ଉଦ୍ୟମ କରିଥିଲା । ହେଲେ ସେଠାରେ ଉପସ୍ଥିତ ଥିବା ଯୁବକ ତାକୁ କାବୁ କରି ନେଇଥିଲେ । ମହିଳାଙ୍କ ଏଭଳି ସାହାସିକତାକୁ ସମସ୍ତେ ପ୍ରଶଂସା କରିଥିଲେ ।


ସେୟାର କରନ୍ତୁ