ମାନସିକ ବିକଳାଙ୍ଗ ମହିଳାଙ୍କୁୁ ଦୁଷ୍କର୍ମ, ସଂସ୍ଥା ମୁଖ୍ୟ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ମଚେଂଶ୍ୱର ସ୍ଥିତ ଭିନ୍ନକ୍ଷମ ଥଇଥାନ ଅନୁଷ୍ଠାନର ଜଣେ ମାନସିକ ବିକଳାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ଥାନୀୟ ପୁଲିସ ସଂସ୍ଥାର ମୁଖ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ମଚେଂଶ୍ୱର ସମେଇଗାଡିଆରେ ଥିବା ବିକାଶ ଡିସେବଲ୍ ଇନଷ୍ଟିଚ୍ୟୁଟର ମାଲିକ ଜୟନ୍ତ ପଣ୍ଡା । ଜଣେ ଯୁବତୀଙ୍କୁ ୨୦୧୭ ମାର୍ଚ୍ଚ ୧୮ ତାରିଖରେ ଅସଦାଚଚରଣ କରିବା ଅଭିଯୋଗରେ ପୁଲିସ ଜୟନ୍ତଙ୍କୁ ଗିରଫ କରିଥିଲା । ସେ ଜାମିନରେ ଆସିବା ପରେ ପୁଣି ଏଭଳି ଅମାନବୀୟ ଘଟଣା ଘଟାଇଥିବାରୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଳାର ଜଣେ ୩୨ ବର୍ଷିୟା ଭିନ୍ନକ୍ଷମ ମହିଳା ୨୦୧୪ ମସିହାରୁ ସମେଇଗାଡିରେ ଥିବା ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ଅନ୍ୟ ମହିଳାଙ୍କ ସହ ଦୂପକାଠି, ମହମବତୀ ଓ ପ୍ଲେଟ ଆଦି ତିଆରି କରୁଥିଲେ । ମହିଳାଙ୍କ ମାନସିକ ଭାରସାମ୍ୟ ଠିକ ନଥିବାର ସୁଯୋଗ ନେଇ ଅନୁଷ୍ଠାନର ମୁଖ୍ୟ ଜୟନ୍ତ ଏହାର ଫାଇଦା ଉଠାଇଥିଲା । ରୁମରେ ଏକୁଟିଆ ଥିବାର ଦେଖି ଜୟନ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ସଂସ୍ଥାର ମାଲିକ ଗତ ଏକ ବର୍ଷ ହେବା ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ବାରମ୍ବାର ନିର୍ଯାତନାର ଶୀକାର ହେବା ପରେ ଏହାକୁ ସହି ନପାରି ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପଚରାଉଚରା କରିବାରୁ ପିଡ଼ିତା ପରିବାର ଲୋକଙ୍କୁ ସବୁ କଥା କହିଥିଲେ । ପରେ ପରିବାର ଲୋକେ କମିଶନରେଟ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି ।


ସେୟାର କରନ୍ତୁ