ବଲିଉଡ୍ ସୁନ୍ଦରୀ ତାପସି ପନ୍ନୁ ଓ ଭୂମି ପେଦନେକର୍ ବୁଢ଼ୀ ମା ଭୂମିକାରେ ନଜର ଆସିବେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ:ବଲିଉଡ୍ ସୁନ୍ଦରୀ ତାପସି ପନ୍ନୁ ଓ ଭୂମି ପେଦନେକର୍ 80 ବର୍ଷୀୟ ବୁଢ଼ୀ ମା ଭୂମିକାରେ ନଜର ଆସିବେ । ଏହି ଅପକମିଂ ସିନେମାର ଟାଇଟେଲ୍ ରିହଛି ଶାଣ୍ଢ କି ଆଁଖ୍ । ମଧ୍ୟପ୍ରଦେଶର ପ୍ରସିଦ୍ଧ ସୁଟର୍ ଦାଦି ପ୍ରକାଶି ତୋମାର୍ ଓ ଚନେ୍ଦ୍ରା ତୋମାର୍ ଚରିତ୍ରରେ ନଜର ଆସିବେ ଏହି ଦୁଇ ସୁନ୍ଦରୀ । ତାପସି ପ୍ରକାଶି ତୋମାର୍ ଚରିତ୍ର ତୁଲାଉଥିବାବେଳେ ଭୂମି ପେଦନେକର୍ ଚାନେ୍ଦ୍ରା ତୋମାର୍ ଚରିତ୍ର ନିଭାଉଛନ୍ତି ।
ବଲିଉଡ୍ ମୁଭି ଶାଣ୍ଢ କି ଆଁଖ ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି ।ଏହି ଟ୍ରେଲରରେ ଦୁହିଁଙ୍କୁ ହରିୟାଣି ଭାଷାରେ ଡାଏଲଗ୍ କହିବାର ଦେଖିବାକୁ ମିଳିଛି । ଚାନେ୍ଦ୍ରା ଓ ପ୍ରକାଶି
ନିଜ ଝିଅମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ 50 ବର୍ଷରେ ଏହି ଦୁଇ ମହିଳା ସୁଟିଂ ଶିଖିବା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ଆରମ୍ଭ କରିଥିଲେ । ସେମାନେ ଅନେକ ବିରୋଧର ସାମ୍ନା ମଧ୍ୟ କରିଥିଲେ ।ଏତେ ସବୁ ବାଧା ବିଘ୍ନ ସତ୍ୱେ ଏହି ସୁଟର୍ ଦାଦୀ 352ଟି ମେଡାଲ୍ ହାତେଇ ପାରିଛନ୍ତି ।
ଏହି ସିନେମା 25 ଅକ୍ଟୋବର୍ ଦୀପାବଳି ଅବସରରେ ଏହି ଫିଲ୍ମ ପରଦାକୁ ଆସିବ । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର୍ ହିରାନନ୍ଦାନି । ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ପ୍ରକାଶ ଝା, ବିନୀତ୍ କୁମାର୍ ସିଂ, ନିଖତ୍ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ ।


ସେୟାର କରନ୍ତୁ