ଦୂତୀ ଚାନ୍ଦ 200ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଲେ

ଖେଳ
ସେୟାର କରନ୍ତୁ

ଭୁବନେଶ୍ୱର: ଆଜି ଦୌଡ଼ ରାଣୀ ଦୂତୀ ଚାନ୍ଦ ରାଞ୍ଚିରେ ସମ୍ପ୍ରତି ଚାଲିଥିବା ଚଳିତ 59ତମ ଜାତୀୟ ଓପନ୍‌ ଜାତୀୟ ଆଥ୍‌ଲେଟିକ୍‌ ଚମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଏକ ନୂତନ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ଦୂତୀ ଏହି 200ମିଟର ଦୌଡରେ ପ୍ରଥମସ୍ଥାନ ଅଧିକାର କରି ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୂତୀ 200ମିଟର ଦୌଡକୁ 23.17 ସେକେଣ୍ଡରେ ଅତିକ୍ରମ କରିଥିଲେ । ଏହା ପୂର୍ବରୁ ଦୂତୀ 100 ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟର ସେମିଫାଇନାଲକୁ ଦୂତୀ 11.22 ସେକେଣ୍ଡରେ ଅତିକ୍ରମ କରିଥିଲେ । କିନ୍ତୁ ସେ ଯଦି ଏହି ଇଭେଣ୍ଟକୁ 11.15 ସେକେଣ୍ଡରେ ଅତିକ୍ରମ କରିପାରିଥାନ୍ତେ, ତାହେଲେ ଅଲିମ୍ପିକକୁ କ୍ୱାଲିଫାଏ କରିଥାନ୍ତେ ।


ସେୟାର କରନ୍ତୁ