ଅଭିନେତା ବୋମନ ଇରାନୀ ନିର୍ଦେଶନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ବୋମନ ଇରାନୀଙ୍କ ଜନ୍ମଦିନ । ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ବଲିଉଡରେ ବିଳମ୍ବରେ ପ୍ରବେଶ କରିଥିଲେ ମଧ୍ୟ ସେମାନେ ଖୁବ ସଫଳ ଅଭିନେତା ହୋଇ ପାରିଛନ୍ତି । ଏମାନଙ୍କ ଭିତରୁ ଜଣେ ହେଲେ ବୋମନ ଇରାନୀ । ସେ ମୁମ୍ବାଇରେ 1959 ମସିହା ଡିସେମ୍ବର 2ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

କିନ୍ତୁ ତାଙ୍କୁ ଯେତେବେଳେ 42 ବର୍ଷ ବୟସ ସେ ସେହି ସମୟରେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । 2001ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଏଭ୍ରିବଡି ସେଜ ଆଇ ଆମ ଫାଇନ’ ଜରିଆରେ ବୋମନ ଇରାନୀ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ଲେଟସ ଟକ, ଡରନା ମନା, ଏବଂ ବୁମ ଭଳି ଫିଲ୍ମ ଗୁଡିକରେ ଛୋଟ ଛୋଟ ଭୂମିକାରେ ନଜର ଆସିଥିଲେ ।

କିନ୍ତୁ 2003ରେ ରିଲିଜ୍ ହୋଇଥିବା ରାଜକୁମାର ହିରାନୀଙ୍କ ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ’ରେ ଡାକ୍ତର ଅସ୍ଥାନା ଭୂମିକାରେ ଅଭିନୟ କରି ସେ ଦର୍ଶକ ମାନଙ୍କର ମନ କିଣିବା ସହିତ ବଲିଓଡ଼ରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ି ସଫଳତା ପାଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ହେଲେ ଆପଣ କ’ଣ ଜାଣନ୍ତି କି ପ୍ରାରମ୍ଭିକ ସମୟରେ ବୋମନ ମୁମ୍ବାଇର ପ୍ରଖ୍ୟାତ ହୋଟେଲ ତାଜ ପ୍ୟାଲେସରେ ୱେଟର ଏବଂ ରୁମ ସର୍ଭିସ ଷ୍ଟାଫ ଭାବରେ କାମ କରୁଥିଲେ ।

ସେ ହୋଟେଲ କାମ ସହ ତାଙ୍କ ମା’ଙ୍କୁ ମଧ୍ୟ କାମରେ ସାହାଯ୍ୟ କରୁଥିଲେ । ସେ ସାଉଥ ମୁମ୍ବାଇରେ ନାୱଲଟି ଏବଂ ଅପସରା ସିନେମା ମଧ୍ୟରେ ସେ ବେକରିରେ ବି କାମ କରୁଥିଲେ । ଆଉ ଏକ କଥା ତାଙ୍କ ସଂପର୍କରେ ଜଣାପଡିଛି, ଯାହାକି ବୋମନ ଇରାନୀ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି ।


ସେୟାର କରନ୍ତୁ