ଦବଙ୍ଗ 3ର ଚାଲିଲା ଯାଦୁ,ଦୁଇ ଦିନରେ 50କରୋଡ ପାଖାପାଖି କଲେକ୍ସନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ପ୍ରଥମ ଦିନ ଭଲ କମାଇ କରିବା ସାଥିରେ ଦ୍ୱିତୀୟ ଦିନରେ ମଧ୍ୟ ଦବଙ୍ଗ 3 ଭଲ କଲେକ୍ସନ କରିଅଛି । 24କରୋଡର ଫାଷ୍ଟ ଡେ଼ କଲେକ୍ସନ ପରେ ପର ଦିନ ମଧ୍ୟ ଫିଲ୍ମଟି 24କରୋଡରୁ ଅଧିକ କଲେକ୍ସନ କରିଅଛି ।

ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶ ଦବଙ୍ଗ 3ର ଦ୍ୱିତୀୟ ଦିନର କଲେକ୍ସନ ସେୟାର କରିଛନ୍ତି । ଫିଲ୍ମର ପ୍ରଥମ ଡେ’ର କଲେକ୍ସନକୁ ଦେଖିବା ତ ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମଟି 24.75କରୋଡ କଲେକ୍ସନ କରିଅଛି । ଏହାକୁ ମିଶାଇ ଫିଲ୍ମର ଟୋଟାଲ କଲେକ୍ସନ 49.25କରୋଡ ହୋଇଅଛି । କହିବାତ ଦବଙ୍ଗ 3 ପ୍ରଥମ ଦିନ 24.50କରୋଡ କଲେକ୍ସନ କରିଥିଲା ।

ତେବେ, ଫିଲ୍ମ ରିଲିଜ ହେବା ପୂର୍ବରୁ କୟାସ ଲଗାଇ ଯାଉଥିଲାକି ଫିଲ୍ମଟି ପ୍ରଥମ ଦିନ 40କରୋଡ଼ ପର୍ଯ୍ୟନ୍ତ କାରବାର କରିପାରେ । କିନ୍ତୁ ଫିଲ୍ମଟି 24କରୋଡ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । ଏହି ସମୟରେ ଦେଶରେ ଜାଗା ଜାଗା ନାଗରିକତା ସଂଶୋଧନ ବିଲ ବିରୋଧରେ ଚାଲୁଥିବା ପ୍ରଦର୍ଶନର ଅସର ମଧ୍ୟ ଫିଲ୍ମର ବିଜନେସ ଉପରେ ପଡୁଥିବାର ଦେଖା ଯାଇପାରେ ।

କହିବାତ 20ଡିସେମ୍ବରରେ ଫିଲ୍ମ ରିଲିଜ ଦ୍ୱିତୀୟ ଦିନ ଚାଲିବା ମାମଲାରେ କିଛି କମ ଦେଖିବାକୁ ମିଳିଥିଲା । ତେବେ ଫିଲ୍ମରୁ 9ମିନିଟ 40ସେକେଣ୍ଡ ସିନକୁ ହଟାଇ ଦିଆଯାଇଥିଲା । କିନ୍ତୁ କେଉଁ ସିନକୁ ହଟାଇ ଦିଆଯାଇଛି ତାହା ଏବେ ଜଣାପଡିନାହିଁ । ଏହା ପୂର୍ବରୁ ଫିଲ୍ମର ଗୀତ ହୁଡ ହୁଡ଼ ଦବଙ୍ଗରେ ମଧ୍ୟ କିଛି ସିନକୁ ହଟାଇ ଦିଆଯାଇଥିଲା ।

ଫିଲ୍ମର କାହାଣୀ ଇନିସ୍ପେକ୍ଟର ଧାକଡ଼ ପାଣ୍ଡେ (ସଲମାନ ଖାନ)ଙ୍କ ଠାରୁ ଆରମ୍ଭ ହେଉଅଛି । ଯିଏ କି ପଛରେ ଚୂଲବୁଲ ପାଣ୍ଡେ ବନୁଛନ୍ତି । ଏଥିରେ ସୋନାକ୍ଷୀ ସିଂହାଙ୍କ ସାଙ୍ଗରେ କେମେଷ୍ଟ୍ରିକୁ ଦ୍ୱିତୀୟ ବାର ଦର୍ଶକ ବାହା ବାହା ଦେଉଛନ୍ତି । ସଇ ମଞ୍ଜେରକର ଏହି ଫିଲ୍ମରେ ନବାଗତ ରୂପରେ ଆସୁଛନ୍ତି ।


ସେୟାର କରନ୍ତୁ