ଧର୍ମ ଉପରେ ଶାହରୁଖ ଖାନ କହିଲେ-ମୁଁ ମୁସଲମାନ,ମୋ ପତ୍ନୀ ହିନ୍ଦୁ ଏବଂ ମୋର ପିଲାମାନେ ହିନ୍ଦୁସ୍ତାନୀ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ବଲିଓଡ଼ ଆକ୍ଟର ଶାହରୁଖ ଖାନ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ପ୍ଲସ 5’କୁ ଯାଇଥିଲେ । ଏହି ସମୟରେ ନିଜର ପିଲାମାନଙ୍କର ଧର୍ମ ଉପରେ ଖୋଲିକରି କହିଥିଲେ । ସୋସିଆଲ ମିଡିଆରେ ଶାହରୁଖ ଖାନଙ୍କ ଏହି ଭିଡ଼ିଓ ଖୁବ ଭାଇରଲ ହେଉଛି ।

ଏହି ଭିଡ଼ିଓରେ ଶାହରୁଖ ଖାନ କହିଲେ,’ମୋର ପତ୍ନୀ ହିନ୍ଦୁଅଟନ୍ତି ଓ ମୁଁ ମୁସଲମାନ ଅଟେ ଏବଂ ମୋର ପିଲାମାନେ ହିନ୍ଦୁସ୍ତାନୀ ଅଟନ୍ତି । ବହୁ ବାର ସ୍କୁଲରେ ଫର୍ମ ଭରିବାକୁ ପଡିଥାଏ,ଏଥିରେ ଧର୍ମ ମେନସନ କରିବାକୁ ପଡିଥାଏ । ଥରେ ମୋର ଝିଅ ଛୋଟ ଥିଲା ତେବେ ସେ ମୋତେ ପଚାରିଲା କି ବାପା ଆମେ କେଉଁ ଧର୍ମର ଅଟନ୍ତି ତେବେ ମୁଁ ସେହି ଫର୍ମରେ ଲେଖିଲିକି ଆମେ ଇଣ୍ଡିଆନ ଅଟନ୍ତି । ପୁଣି ତ କିଛି ଧର୍ମର କଥା ଆସିବ ନାହିଁ ।’ ଶାହରୁଖ ଖାନଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଲୋକମାନଙ୍କୁ ତାଙ୍କର ଜବାବ ପସନ୍ଦ ଆସୁଛି ।

ଶାହରୁଖ ଖାନ ପ୍ରାୟତଃ ପୂଜା ପାର୍ବଣ ସମୟରେ ଫଟୋ ସେୟାର କରନ୍ତି । ସେ ଇଦ ଏବଂ ଦୀପାବଳି ସମୟରେ ମଧ୍ୟ ଖୁଲିକରି ଜସନ ମନାଉ ଥିବାର ନଜର ଆସନ୍ତି । ପୂର୍ବ ବର୍ଷ ଗଣେଶ ପୂଜା ସମୟରେ ଘରେ ଗଣେଶ ମୂର୍ତ୍ତି ସାଥିରେ ଫଟୋ ନେଇ ଲୋକମାନଙ୍କ ଖୁବ ଧ୍ୟାନ ଆକର୍ଷଣ କରିଥିଲେ । ଶାହରୁଖ ଫଟୋ ସେୟାର କରି ଲୋକମାନଙ୍କୁ ପୂଜାର ଶୁଭକାମନା ଦେଇଥିଲେ । ଇଦରେ ମଧ୍ୟ ସେ ପୁଅ ସାଥିରେ ନଜର ଆସିଥିଲେ ।

ଶାହରୁଖ ଖାନ ପୂର୍ବ ବାର 2018ରେ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ପ୍ଲପ୍ ରହିଥିଲା । ଫିଲ୍ମରେ ତାଙ୍କ ସାଥିରେ କଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ରହିଥିଲେ । ‘ଜିରୋ’ ପରେ ଶାହରୁଖ ଖାନ ଫିଲ୍ମରୁ ଲମ୍ବା ବ୍ରେକ ନେଇଛନ୍ତି । ତେବେ ସେ ସୋସିଆଲ ମିଡିଆରେ କିଛି ନା କିଛି କଥା ପାଇଁ ଚର୍ଚାରେ ରହିଥାନ୍ତି । ଏବେ ଖବର ଆସୁଛିକି ଜଲ୍ଦି ସେ ନିଜର ଆଗାମୀ ଫିଲ୍ମ ବିଷୟରେ ଅନାଉନ୍ସ କରିବେ ।


ସେୟାର କରନ୍ତୁ