ଶିଳ୍ପା ସେଟ୍ଟୀ ବନିଲେ ପାଇଲଟ,ଏମିତି ଉଡ଼ାଇଲେ ହେଲିକପ୍ଟର,ଭାଇରଲ ହେଲା ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଆକ୍ଟର ଶିଳ୍ପା ସେଟ୍ଟୀ ସୋସିଆଲ ମିଡ଼ିଆ ଉପରେ ଖୁବ ଆକ୍ଟିଭ ରହିଥାନ୍ତି । ସେ ବହୁ ସମୟରେ ନିଜର ଭିଡ଼ିଓ ସେୟାର କରିଥାନ୍ତି । ସେ ପୁଣି ଠାରେ ନିଜର ଭିଡ଼ିଓ ସେୟାର କରିଛନ୍ତି ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଶିଳ୍ପା ସେଟ୍ଟୀ ଏହି ଭିଡ଼ିଓରେ ହେଲିକପ୍ଟର ଉଡ଼ାଉଥିବା ଦେଖାଯାଉଛନ୍ତି । ସେ ତାଙ୍କର ନିଜର ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହି ଭିଡିଓକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହି ଭିଡିଓକୁ 8 ଲକ୍ଷ 22 ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଏହି ଭିଡ଼ିଓରେ ତାଙ୍କର ଅଲଗା ଅନ୍ଦାଜ ଦେଖିବାକୁ ମିଳୁଛି ।

ଶିଳ୍ପା ସେଟ୍ଟୀ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ଉଡାନ ପାଇଁ ପ୍ରସ୍ତୁତ ରୁହନ୍ତୁ’ ଫ୍ୟାନ୍ସ ଏହି ଭିଡ଼ିଓ ଉପରେ ଜମକର ରିଏକ୍ସନ ଦେଉଛନ୍ତି । ଶିଳ୍ପା ସେଟ୍ଟୀ ନିଜର ଫିଟ୍‌ନେସ ଏବଂ ଡ୍ୟାନ୍ସ ବିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ସେୟାର କରନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର 14 ମିଲିୟନରୁ ଅଧିକ ଫଲୋଅର୍ଶ ଅଛନ୍ତି । ତାଙ୍କର କିଛି ବି ଭିଡ଼ିଓ ଆସିଲେ ଭାଇରଲ ହୋଇଯାଇଥାଏ ।

ଅଭିନେତ୍ରୀ ଶିଳ୍ପା ଏବେ ଫିଲ୍ମ ଛାଡ଼ି ଟିଭି ଶୋରେ କାମ କରୁଛନ୍ତି । ଏବେ ଅନେକ ଦିନ ପରେ ସେ ଫିଲ୍ମରେ କମ୍‌ବ୍ୟାକ୍‌ କରିବେ । ଅପକମିଂ ଫିଲ୍ମ ହଙ୍ଗାମାର ସିକ୍ୱେଲରେ ଶିଳ୍ପା ଅଭିନୟ କରିବେ । ‘ହଙ୍ଗାମା’ର ସିକ୍ୱେଲରେ ପରେଶ ରାଓ୍ଵଲଙ୍କ ସହ ନଜର ଆସିବା ସହ ସେ ‘ନିକମା’ ରେ ମଧ୍ୟ ନଜର ଆସିବେ । ତେବେ ଦର୍ଶକ ଏହି ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି ।


ସେୟାର କରନ୍ତୁ