ବଜାରକୁ ଆସିଲା Infinix s5, ଦମଦାର ଲୁକ ସାଙ୍ଗକୁ ରହିଛି ଆକର୍ଷଣୀୟ ଫିଚର

Truthink
ସେୟାର କରନ୍ତୁ

ଟ୍ରାନ୍‌ସିଅନ ହୋଲ୍‌ଡିଙ୍ଗର ପ୍ରିମିୟମ ସ୍ମାର୍ଟଫୋନ୍ ବ୍ରାଣ୍ଡ, ଇନ୍‌ଫିନିକ୍ସ ନିଜ ଅଗ୍ରଣୀ ଡିଭାଇସ କାଟେଗୋରୀ ଇନ୍‌ଫିନିକ୍ସ ଏସ୍ ୫ପ୍ରୋର ଶୁଭାରମ୍ଭ କରିଛି । ୯,୯୯୯ ଟଙ୍କା ସହିତ ଭାରତରେ ପ୍ରଥମ ଥର ପାଇଁ ୧୦ ହଜାରରୁ କମ୍ ମୂଲ୍ୟର କୌଣସି ସ୍ମାର୍ଟଫୋନରେ ସେଲ୍ଫି କ୍ୟାମେରା ଦିଆଯାଇଛି । ଏଥିରେ ଅତ୍ୟାଧୁନିକ ଇନ୍‌ଫିନିକ୍ସ ଅପରେଟିଙ୍ଗ ସିଷ୍ଟମ ଏକ୍ସଓଏସ ୬.୦ ଡଲଫିନ ଓଏସ ଦିଆଯାଇଛି, ଯାହା ଆଣ୍ଡ୍ରଏଡ ୧୦ ଆଧାରିତ ।
ଭାରତୀୟ ସ୍ମାର୍ଟଫୋନ ବଜାରରେ ନିଜର ମାନ ବଢାଇବା ପାଇଁ ଇନ୍‌ଫିନିକ୍ସ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ସ୍ମାର୍ଟଫୋନରେ ଉକ୍ତ ସେଗମେଣ୍ଟରେ ଅନେକ ଉନ୍ନତ ଫିଚର ଦିଆଯାଇଛି । ଡାକ୍‌ର୍ ଥିମ, ଗେଶ୍ଚର ନେଭିଗେସନ ଏବଂ ଲୋକେସନ କଣ୍ଟ୍ରୋଲ ବ୍ୟତୀତ ଏସ୍‌୫ ପ୍ରୋ ୱାଇଫାଇ ସେୟାରିଙ୍ଗ, ସୋସିଆଲ ଟର୍ବୋ, ସ୍ମାର୍ଟ ପ୍ୟାନେଲ, ହାଇଦ ଆପ୍‌ସ୍‌, ଡିଜିଟାଲ ୱେଲବିଙ୍ଗ ଭଳି ବୈଶିଷ୍ଟ୍ୟ କାରଣରୁ କୌଣସି ଫୋନ କିଣିବାକୁ ଚାହୁଁଥିବା ବ୍ୟକ୍ତି ଏହାକୁ ହାତ ଛଡା କରିବେ ନାହିଁ । ନୂଆ ଇନ୍‌ଫିନିକ୍ସ ଏସ ୫ ପ୍ରୋ ଫ୍ଲିପକାର୍ଟରେ ୧୩ ମାର୍ଚ୍ଚରୁ ୯,୯୯୯ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି ।
ଏସ୍ ୫ ପ୍ରୋର ଶୁଭାରମ୍ଭ ଅବସରରେ ଇନ୍‌ଫିନିକ୍ସ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ଅନିଶ କପୁର କହିଛନ୍ତି ଯେ, “ଏକ ବ୍ରାଣ୍ଡ ହିସାବରେ ଇନ୍‌ଫିନିକ୍ସ ଜ୍ଞାନକୌଶଳର ନବୀକରଣ ସୀମାକୁ ଆହ୍ୱାନ ଦେବା ଓ ନିଜ ଗ୍ରାହକଙ୍କୁ ବେଷ୍ଟ-ଇନ-କ୍ଲାସ ଉତ୍ପାଦ ଯୋଗାଇ ଦେବା ପାଇଁ ପ୍ରତିଶୃତିବଦ୍ଧ ଅଟେ । ଆମେ ଆମ ଉତ୍ପାଦରେ ଏପରି ବୈଶିଷ୍ଟ୍ୟ ପ୍ରଦାନ କରିବାକୁ ଚାହୁଁଛୁଯେ, ୧୦ ହଜାର ସେଗମେଣ୍ଟରେ ଏପରି ଏକ ଜିନିଷ କଳ୍ପନା କରିବା କଷ୍ଟସାଧ୍ୟ ଅଟେ । ସମ୍ପୁର୍ଣ୍ଣ ଦେଶରେ ଇନ୍‌ଫିନିକ୍ସ ପ୍ରଶଂସକମାନେ ଆମର ଉନ୍ନତ ଅପରେସନ ଏବଂ ସେବା ପାଇଁ ଆମକୁ ପସନ୍ଦ କରୁଛନ୍ତି । ଏସ ୫ ପ୍ରୋର ଶୁଭାରମ୍ଭ ସହିତ ଇନ୍‌ଫିନିକ୍ସ ପୁଣିଥରେ ଏକ ପ୍ରତିଷ୍ଠିତ ବ୍ରାଣ୍ଡ ବୋଲି ପ୍ରମାଣିତ ହୋଇଛି । ”


ସେୟାର କରନ୍ତୁ