ଦେଶରେ କରୋନା ପାଖାପୂଖି 25 ହଜାର ପଜିଟିଭ କେସ, ଆସନ୍ତୁ ଜାଣିବା କେଉଁ ରାଜ୍ୟରୁ କେତେ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ସଂଖ୍ୟା ବଢ଼ିକରି 24942 ହୋଇଅଛି । ଏଥି ମଧ୍ୟରୁ 18953 ଆକ୍ଟିଭ କେସ ଅଟେ ଏବଂ 5210 ଲୋକ ଚିକିତ୍ସା ପରେ ଠିକ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ 779 ଲୋକ ଏହି ଭାଇରସ କାରଣରୁ ମୃତ୍ୟୁ ହୋଇଛନ୍ତି । ପୂର୍ବ 24 ଘଣ୍ଟାରେ 1490 ନୂଆ କେସ ସାମ୍ନାକୁ ଆସିଅଛି ଏବଂ 56 ଲୋକଙ୍କର ମୃତ୍ୟୁ ହୋଇଅଛି । ତେବେ ପୂର୍ବ 24 ଘଣ୍ଟାରେ (ଶୁକ୍ରବାର ସକାଳ 8ରୁ ଶନିବାର ସକାଳ 8ଟା ପର୍ଯ୍ୟନ୍ତ) ସବୁଠାରୁ କମ କେସ ସାମ୍ନାକୁ ଆସିଅଛି । ରୋଗୀଙ୍କ ବଢିବା ଦର କମିକରି 6 ପରସେଣ୍ଟ ହୋଇଅଛି ।

ଦେଶରେ ସବୁଠାରୁ ବେଶୀ ମାମଲା ମହାରାଷ୍ଟ୍ରରେ ହୋଇଅଛି । ଏଠାରେ ଏପର୍ଯ୍ୟନ୍ତ 6817 କେସ ସାମ୍ନାକୁ ଆସିଅଛି ଏବଂ 301 ଲୋକଙ୍କର ମୃତ୍ୟୁ ହୋଇଅଛି । ଦେଶରେ 32 ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ କରୋନା ଭାଇରସ ମାମଲା ପାଇଯାଇଅଛି । ସବୁଠୁ ବେଶୀ ମାମଲା ମହାରାଷ୍ଟ୍ରରେ ପାଇଯାଇଅଛି । ଏଠାରେ 6817 କରୋନା କବଳକୁ ଆସିଅଛି । ଏଥି ମଧ୍ୟରୁ 957 ଲୋକ ଠିକ ହୋଇଛନ୍ତି ଏବଂ 301 ଲୋକଙ୍କର ମୃତ୍ୟୁ ହୋଇଅଛି । ଆନ୍ଧ୍ରପ୍ରଦେଶରେ 1061,ଆଣ୍ଡାମାନ ନିକୋବରରେ 27, ଅରୁଣାଚଳ ପ୍ରଦେଶରେ 1, ଆସାମରେ 36, ବିହାରରେ 228, ଚଣ୍ଡିଗଡ଼ରେ 28, ଛତିଶଗଡ଼ରେ 36, ଦିଲ୍ଲୀରେ 2514 ଏବଂ ଗୋଆରେ 7 ମାମଲା ଆସିଅଛି । ତେବେ ଗୋଆର ସବୁ ରୋଗୀ ଠିକ ହୋଇଛନ୍ତି ।

ଏହା ବ୍ୟତୀତ ଗୁଜରାଟରେ 2815, ହରିୟାଣାରେ 272, ହିମାଚଳ ପ୍ରଦେଶରେ 40, ଜମ୍ମୁ-କାଶ୍ମୀରରେ 454, ଝାଡ଼ଖଣ୍ଡରେ 59, କର୍ଣ୍ଣାଟକରେ 489, କେରଳରେ 451, ଲଦାଖରେ 20, ମଧ୍ୟପ୍ରଦେଶରେ 1952, ମଣିପୁରରେ 2,ମେଘାଳୟ 12, ମିଜୋରାମରେ 1, ଓଡ଼ିଶାରେ 94, ପୁଡୁଚେରୀରେ 7, ପଞ୍ଜାବରେ 298, ରାଜସ୍ଥାନରେ 2034, ତାମିଲନାଡୁରେ 1755, ତେଲେଙ୍ଗାନା 984, ତ୍ରିପୁରରେ 2, ଉତରାଖଣ୍ଡରେ 48, ଉତ୍ତରପ୍ରଦେଶରେ 1778 ଏବଂ ପଶ୍ଚିମବଙ୍ଗରେ 571 ରୋଗୀ କରୋନା ଭାଇରସରେ ସଂକ୍ରମିତ ପାଇଯାଇଅଛି ।


ସେୟାର କରନ୍ତୁ