ରାଜ୍ୟରେ 73 କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ସୁସ୍ଥ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା 1000 ପାର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 73ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ 1050ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ ଏହି ସୁସ୍ଥ ହୋଇଥିବା 73ଜଣଙ୍କ ମଧ୍ୟରେ ବୌଦ୍ଧରୁ 28ଜଣ, ପୁରୀରୁ 11ଜଣ, କେନ୍ଦ୍ରାପଡାରୁ 10ଜଣ, କଟକରୁ 9ଜଣ, ଖୋର୍ଦ୍ଧାରୁ 7ଜଣ, ମାଲକାନଗିରିରୁ 2 ଜଣ, ଅନୁଗୁଳରୁ 2 ଜଣ ଏବଂ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ