ରାଜ୍ୟରେ ସୁସ୍ଥ ହେଲେ 565 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 7972

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 565 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 7972ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 565 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 185 ଜଣ, ରାୟଗଡାରୁ 85, ବଲାଙ୍ଗିରରୁ 45, କଟକରୁ 32, ମାଲକାନଗିରିରୁ 30, ବରଗଡରୁ 24, ସୁନ୍ଦରଗଡରୁ 24, ଅନୁଗୁଳରୁ 23, ବାଲେଶ୍ଵରରୁ 17, ଜଗତସିଂହପୁରରୁ 17, ଖୋର୍ଦ୍ଧାରୁ 15, ଯାଜପୁରରୁ 13, କେନ୍ଦ୍ରାପଡରୁ 10, ଗଜପତି, ଝାରସୁଗୁଡା ଓ ନବରଙ୍ଗପୁରରୁ 8 ଜଣ ଲେଖାଏଁ, ମୟୂରଭଞ୍ଜରୁ 7, ଭଦ୍ରକରୁ 4, ପୁରୀରୁ 3, ଢେଙ୍କାନାଳ ଓ କେନ୍ଦୁଝରରୁ 2 ଲେଖାଏଁ ଏବଂ ବୌଦ୍ଧ, କନ୍ଧମାଳ ଓ ସମ୍ଵଲପରୁରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ