ରାଜ୍ୟରେ ସୁସ୍ଥ ହେଲେ 878 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 18938

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 878 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 18938ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 878 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 396 ଜଣ, ଖୋର୍ଦ୍ଧାରୁ 114 ଜଣ, ଗଜପତିରୁ 49 ଜଣ, ଜଗତସିଂହପୁରରୁ 44 ଜଣ, କୋରାପୁଟରୁ 35 ଜଣ, ବାଲେଶ୍ୱରରୁ 33 ଜଣ, କନ୍ଧମାଳରୁ 29 ଜଣ, ଅନୁଗୁଳରୁ 26 ଜଣ, କେନ୍ଦୁଝରରୁ 23 ଜଣ, ନୟାଗଡ଼ରୁ 16 ଜଣ, କଟକରୁ 14 ଜଣ, ସୁନ୍ଦରଗଡ଼ରୁ 14 ଜଣ, ଭଦ୍ରକରୁ 13 ଜଣ, ମାଲକାନଗିରିରୁ 11 ଜଣ, ଯାଜପୁରରୁ 10 ଜଣ, କେନ୍ଦ୍ରାପଡ଼ାରୁ 8 ଜଣ, ବରଗଡ଼, ବୌଦ୍ଧ ଏବଂ ଢେଙ୍କାନାଳରୁ 7 ଜଣ ଲେଖାଏଁ, ଝାରସୁଗୁଡାରୁ 5 ଜଣ, ବଲାଙ୍ଗୀର ଏବଂ ପୁରୀରୁ 4 ଜଣ ଲେଖାଏଁ, ନୂଆପଡା ଏବଂ ରାୟଗଡାରୁ 3 ଜଣ ଲେଖାଏଁ, ମୟୂରଭଞ୍ଜରୁ 2 ଜଣ ଏବଂ ସମ୍ବଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ