ଅନ୍ୟର ଦୋଷ ଦେଖିଲେ ଆମର ମଙ୍ଗଳ ହୁଏ ନାହିଁ କି ଅନ୍ୟର ମଙ୍ଗଳ ହୁଏ ନାହିଁ । ଯେଉଁ ସାଧକ ନିଜ ଦୋଷ ଦୂର କରିବାକୁ ଚାହୁଁଥାଏ , ତା ପକ୍ଷେ ଅନ୍ୟରଦୋଷ ଦେଖିବା ଅନୁଚିତି । ଅନ୍ୟରଦୋଷ ଦେଖିବା ଫଳରେ ନିଜର ଦୋଷଗୁଡିକୁ ପୃଷ୍ଟି ମିଳିଥାଏ ଏବଂ ଅନ୍ୟର ଦୋଷ ସମ୍ବଦ୍ଧ ହୋଇଯିବାରୁ ତାଠାରେ ନୂଆ ନୂଆ ଦୋଷ ଉତ୍ପନ୍ନ ହୋଇଯାଏ ।
ଯେଉଁ ଲୋକରେ ଅନ୍ତଃକାରଣ ଯେତେ ଦୋଷ ଦୋଷଯୁକ୍ତ ବା ମଳିନ , ତାକୁ ଅନ୍ୟମାନଙ୍କଠାରୁ ସେତେ ଅଧିକ ଦୋଷ ଦେଖାଯାଏ , ବେତାରଯନ୍ତ୍ର ଶବ୍ଦ ତରଙ୍ଗକୁ ଧରିଲା ପରି ମଳିନ ଅନ୍ତଃକରଣ ହିଁ ଦୋଷ କୁ ଧରିଥାଏ ।ଯଦି ନିଜର ନିଦୋଷତାକୁ ସୁରକ୍ଷିତ ରଖିବାକୁ ଚାହୁଁଛ ,ତେବେ କାହାରୀଠାରେ ଦୋଷ ଦେଖାନାହିଁ -ନିଜଠାରେ ଦେଖନାହିଁ କି ଅନ୍ୟ ଠାରେ ଦେଖନାହିଁ ।
ଅନ୍ୟକୁ ନିର୍ଦୋଷ କରି ଗଢିତୋଳିବା ଭାବନାରେ ତାର ଦୋଷ ଦେଖିବା ଖରାପ ନୁହେଁ । ଅନ୍ୟର ଦୋଷ ଦେଖି ଖୁସିହେବା ହିଁ ଖରାପ ।ସମସ୍ତେ ସ୍ୱାଭାବିକ ଭାବେ ନିର୍ଦୋଷ । ପୁତ୍ର ଶିଷ୍ୟ ପ୍ରଭୃତିଙ୍କୁ ସ୍ବରୁପତଃ ନିର୍ଦୋଷ ମନେକରି ଏବଂ ସେମାନଙ୍କ ଠାରେ ଦେଖାଯାଉଥିବା ଦୋଷଗୁଡିକୁ ଆଗନ୍ତୁକ ମନେକରି ସେମାନଙ୍କୁ ଶିକ୍ଷା ଦେବା ସଙ୍ଗେସଙ୍ଗେ ସେମାନଙ୍କର ଦୋଷକୁ ଦୂର କରିବା ପାଇଁ ଚେଷ୍ଟାକରିବା ଉଚିତ ।