Coronavirus: 24 ଘଣ୍ଟାରେ ଆସିଲା 44 ହଜାର ନୂଆ କେସ, 500ରୁ ଅଧିକ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ 44,489 ନୂଆ ସଂକ୍ରମିତ ରୋଗୀ ସାମ୍ନାକୁ ଆସିଛନ୍ତି । ତେବେ ଏହି ସମୟ ମଧ୍ୟରେ 524 ଲୋକଙ୍କର ମୃତ୍ୟୁ ହୋଇଅଛି । ତେବେ ପୂର୍ବ 24 ଘଣ୍ଟାରେ 36,367 ରୋଗୀ କରୋନାରୁ ଠିକ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା 92 ଲକ୍ଷ ପାଖାପାଖି ହୋଇଅଛି । କରୋନା ମାମଲା ବଢିବାର ସଂଖ୍ୟା ଦୁନିଆରେ ଆମେରିକା ଓ ବ୍ରାଜିଲ ପରେ ସବୁଠାରୁ ଅଧିକ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 92 ଲକ୍ଷ 66 ହଜାରକୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ ଏକ ଲକ୍ଷ 35 ହଜାର 223 ଲୋକ ପ୍ରାଣ ହରାଇଛନ୍ତି । ଏବେ ଦେଶରେ ମୋଟ ଆକ୍ଟିଭ ମାମଲା ଚାରି ଲକ୍ଷ 52 ହଜାରକୁ ଆସିଅଛି । ପୂର୍ବ 24 ଘଣ୍ଟାରେ ଆକ୍ଟିଭ କେସ ସଂଖ୍ୟା 7598 ବଢି ଅଛି । ତେବେ ଏପର୍ଯ୍ୟନ୍ତ 86 ଲକ୍ଷ 79 ହଜାର ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ପୂର୍ବ 24 ଘଣ୍ଟାରେ 36 ହଜାର 367 ଲୋକ ଠିକ ହୋଇକରି ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ