ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟବାସୀଙ୍କୁ ମିଳିବ ମାଗଣା ଟୀକା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଏବେ ସାରା ଦେଶରେ କରୋନାର ତାଣ୍ଡବ ଦେଖିବାକୁ ମିଳୁଅଛି । ଆମ ରାଜ୍ୟରେ ମଧ୍ୟ କରୋନା ତାର କାୟା ବିସ୍ତାର କରିବାରେ ଲାଗିଅଛି । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ରାଜ୍ୟବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରି କହିଛନ୍ତି, ରାଜ୍ୟରେ 18ରୁ 45 ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦିଆଯିବ । ଏହା ବାବଦରେ ଦୁଇ ହଜାର କୋଟି ଖର୍ଚ୍ଚ ହେବ, ଯାହା ରାଜ୍ୟ ସରକାର ଦେବେ । ମୁଖ୍ୟମନ୍ତ୍ରୀ ଜନତାଙ୍କୁ କରୋନା ନିୟମ ମାନିବାକୁ ନିବେଦନ କରିଛନ୍ତି । କୋଭିଡ ସଂକ୍ରମଣ ରୋକିବାକୁ ନିୟମ ସଠିକ୍ ଭାବେ ଅନୁପାଳନ କରନ୍ତୁ । ସମସ୍ତଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ। ଲକ୍ ଡାଉନ୍ କୁ ଆମେ ଚାହୁଁନାହୁଁ ।

ଏହା ପୂର୍ବରୁ 17ଟି ରାଜ୍ୟରେ ମାଗଣା ଟିକା ଦେବାକୁ ଘୋଷଣା କରାଯାଇଛି । ମଧ୍ୟ ପ୍ରଦେଶ, କେରଳ, ଛତିଶଗଡ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଗୋଆ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ, ହରିୟାଣା, ତେଲେଙ୍ଗାନା, ଆସାମ, ସିକ୍କିମ୍, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶ ନିଜ ରାଜ୍ୟବାସୀଙ୍କୁ ମାଗଣାରେ ଭ୍ୟାକସିନ୍ ଦେବାକୁ ଘୋଷଣା କରିସାରିଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛି ଓଡିଶା ।


ସେୟାର କରନ୍ତୁ