କାମାକ୍ଷାନଗର : ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ମୁକ୍ତାପଶି ନିକଟରେ ଆଜି ଅପରାହ୍ନରେ ବସ ବାଇକ ଧକା ହେବା ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ବସ ସହିତ ବାଇକ ମଧ୍ୟରେ ଧକା ହେବାରୁ ବାଇକରେ ଥିବା ବାଇକ ଅରୋହି ବଡ଼ମୁକ୍ତାପଶି ଗାଁର ନିରଞ୍ଜନ ଭୋଇ (32ବର୍ଷ) ଓ ରତ୍ନାକର ଭୋଇ (28ବର୍ଷ) ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ଉଭୟଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ଲେଖିବା ବେଳକୁ ଏହାର ପ୍ରତିବାଦରେ ରାସ୍ତା ଜାମ ସହ ଚାପା ଉତ୍ତେଜନ ଦେଖାଦେଇଥିଲା ।
