କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ପଳାଶୁଣି ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ଆଇୱାଇଡିପି ) ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୁଲ୍ୟରେ ଜଙ୍ଗଲ ନିଆଁ ପ୍ରତିରୋଧକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ତେବେ ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ରମାନାଥ ପଣ୍ଡା ସଭାପତିତ୍ବ କରୁଥିବାବେଳେ ମୁଖ୍ୟ ଅତିଥି ଢେଙ୍କାନାଳ ଜିଲ୍ଲା ଡିଏଫଓ ସୁମିତ କୁମାର କର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପରିବେଶ ବିତ୍ ବାଉରୀବନ୍ଧୁ ବେଚ, ଅଧ୍ୟାପକ ରବିନାରାୟଣ ସାହୁ, ଅଧ୍ୟାପକ ପ୍ରତାପ ଚନ୍ଦ୍ର ରଣା, ସ୍ଥାନୀୟ ବନବିଭାଗ ରେଞ୍ଜର ମଞ୍ଚାସିନ ଥିଲେ । ଏହି ଅବସରରେ କଲେଜର ଛାତ୍ରଛାତ୍ରୀ ମହାବିରୋଡ ଗ୍ରାମ ମଧ୍ୟରେ ପ୍ଲାଏ କାର୍ଡ ଓ ସ୍ଲୋଗାନ ଦେଇ ସଚେତନତା କରୁଥିଲେ ।

ଏଥିରେ କଲେଜର କର୍ମଚାରୀ ଓ ସମସ୍ତ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । ତତ୍ ସହିତ ଯେଉଁ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇଥିବ ସେହି ବ୍ୟକ୍ତି ଧରା ପଡିଲେ ଆଇନ ଅନୁଯାୟୀ ଦଣ୍ଡ ବିଧାନ ରହିଛି ବୋଲି ମୁଖ୍ୟ ଅତିଥି ଡିଏଫଓ ଆଲୋକପାତ କରିଥିବା ବେଳେ ସ୍ଥାନୀୟ ଲୋକଙ୍କର ମଧ୍ୟ କିଛି ଅଭିଯୋଗ ଶୁଣାଣୀ କରିଥିଲେ ।