ପରଜଙ୍ଗ : ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟରେ ନୂଆ – ଓ – ଛାତ୍ରବୃତ୍ତି ପ୍ରମାଣପତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ତଥା ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା ।

ସେଇଭଳି ଅନ୍ୟତମ ଅତିଥି ଭାବରେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟାପକ ପ୍ରଫେସର ସନାତନ ସାମଲ ଯୋଗ ଦେଇଥିଲାବେଳେ ଛାତ୍ରବୃତ୍ତି ପ୍ରମାଣପତ୍ର ବିତରଣ ଉତ୍ସବର କୋଡିନେଟର ବବିତା ସ୍ୱାଇଁ ମଞ୍ଚାସିନ ରହିଥିଲାବେଳେ କଲେଜର କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲାବେଳେ ଏହି ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ସରକାରଙ୍କ ଦ୍ୱାରା ବିଦ୍ୟାର୍ଥୀମାନେ କିଭଳି ଛାତ୍ରବୃତ୍ତି ମାଧ୍ୟମରେ ଉପକୃତ ହେଉଛନ୍ତି, ସେ ବିଷୟରେ ଅଭିଭାଷଣ ରଖିବା ସହ ମୁଖ୍ୟ ଅତିଥି ଶ୍ରୀ ସାହୁ ଏବଂ ଅନ୍ୟ ଅତିଥିମାନେ ଛାତ୍ରବୃତ୍ତି ପ୍ରମାଣପତ୍ର ବିତରଣ ପ୍ରଦାନ କରିଥିଲେ । ଏଥିରେ ଅଧ୍ୟାପକ କୁମାର କୌଶିକ ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଶ୍ରୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
