ଆଞ୍ଚଳିକ ମହାସଂଘ ସଙ୍କୀର୍ତ୍ତନ ମଣ୍ଡଳୀର ବୈଠକ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡଝରା ପଞ୍ଚାୟତ ନୂଆ ସାହି ଶିବ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳୀ ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିନୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଚୈତନ୍ୟଙ୍କ ନାମ ସଦାସର୍ବଦା ଧରି ଗାଇବା ପାଇଁ ପ୍ରତ୍ୟେକ କଳାକାରଙ୍କ ହୃଦୟରେ ରହିଥାଉ ବୋଲି ନିଜର ମତ ସାବ୍ୟସ୍ତ କରିଥିଲେ ।

ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ଅଶୋକ କୁମାର ଦଳବେହେରା, କୋଷାଧ୍ୟକ୍ଷ ଅଭୟ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବୈଠକରେ ଅଞ୍ଚଳର ଜଣାଶୁଣା ନାମ ସଙ୍କୀର୍ତ୍ତନର ଗୁରୁ ବୟୋଜ୍ୟେଷ୍ଠ ତଥା ସଂଘର ଉପଦେଷ୍ଠା ତଅଁଳୁ ସାହୁ, ହୃଦୟ ଚନ୍ଦ୍ର ଚମ୍ପତସିଂହ, ସୁବୋଧ କୁମାର ପଣ୍ଡା, ପରଜଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସଂଘ ଗଠନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ଯେପରି ସୁସମ୍ପର୍କ ରହି ଆସିଛି ସେହିପରି ପରବର୍ତ୍ତୀ ଦିନ ମାନଙ୍କରେ ସଂକୀର୍ତ୍ତନ କଳାକାରଙ୍କ ମଧ୍ୟରେ ସୁସମ୍ପର୍କ ଜାରି ରଖିବାକୁ ଉପସ୍ଥିତ କଳାକାରଙ୍କୁ ମାର୍ଗଦର୍ଶନ ଦେଇଥିଲେ ।

ସେହିପରି ଉକ୍ତ ବୈଠକରେ ଅନ୍ୟତମ ଅତିଥି ଭାବେ ପରଜଙ୍ଗ ସାଧୁ ଗୋଷ୍ଠିର ମୁନା ବାବା ବଡଜୋରା ଆଶ୍ରମର ସାନବାବା କାଳିଆ ଓ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ । ବଡ଼ଝରା ପଞ୍ଚାୟତର ସମସ୍ତ ମହିଳା ଓ ପୁରୁଷ କୀର୍ତ୍ତନ ମଣ୍ଡଳୀ ମାନଙ୍କ ସହଯୋଗରେ ଉକ୍ତ ବୈଠକ ପରିଚାଳିତ ହୋଇଥିବା ବେଳେ 11 ଗୋଟି ପଞ୍ଚାୟତରେ ରହିଥିବା ପ୍ରତ୍ୟେକ କୀର୍ତ୍ତନ ମଣ୍ଡଳୀର ମୁଖ୍ୟ କଳାକାର ବୈଠକରେ ଯୋଗ ଦେଇଥିଲେ । ପରିଶେଷରେ ସଂଘର କୋଷାଧ୍ୟକ୍ଷ ଅଭୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।


ସେୟାର କରନ୍ତୁ