ପରଜଙ୍ଗ ପାଇଁ ଗର୍ବ ଆଉ ଗୈାରବ ଆଣିଲେ ବିଦୁସ୍ମିତା

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଗ୍ରାମର ଗର୍ବ ଆଉ ଗୈାରବ ଆଣିଛନ୍ତି ବିଦୁସ୍ମିତା । ବାପା ସରପଞ୍ଚ ବିଜେନ୍ଦ୍ରକୁମାର ସାହୁ ମାତା ଶିକ୍ଷୟିତ୍ରୀ ରତନି ସାହୁଙ୍କ ସୁଯୋଗ୍ୟ ସନ୍ତାନ ବିଦୁସ୍ମିତା ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 91 ସିରିଏଲରେ ସଫଳତା ସହ ଉତ୍ତୀର୍ଣ୍ଣ କରିଛନ୍ତି । ସେ ବର୍ତ୍ତମାନ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି । ବିଦୁସ୍ମିତା ତାଙ୍କ ବଡ଼ଭାଇ ଆଲେନ ଇନଷ୍ଟିଚ୍ୟୁଟର ଅଧ୍ୟାପକ ବିଶ୍ୱରଂଜନ ସାହୁଙ୍କ ନେତୃତ୍ୱରେ ପ୍ରୟାସ କରି ଏହି ପରିକ୍ଷା ସଫଳତା ହାସଲ କରିଛନ୍ତି । ସରାଙ୍ଗ ନବୋଦୟ ବିଦ୍ୟାଳୟର ଛାତ୍ରୀ ଥିଲେ ବିନ୍ଦୁସ୍କିତା । ସେ ସରକାରୀ ଇଞ୍ଜିନିୟରିଂ କଲେଜ କେନ୍ଦୁଝରରେ 2020 ମସିହାରେ ‘ବି ଟିକେ’ ମେକାନିକାଲ ପାସ୍ କରିଥିଲେ ।

ତେବେ ଢେଙ୍କାନାଳ ଜିଲ୍ଲାର ସାଂସଦ ରୁଦ୍ରନାରାୟଣ ପାଣି ପରଜଙ୍ଗ ଅଞ୍ଚଳ ପାଇଁ ଗର୍ବ ଆଉ ଗୈାରବ ଆଣି ଥିବା କନ୍ଦରସିଂହା ଗ୍ରାମର ବିଦୁସ୍ମିତା ସାହୁଙ୍କ ବାସଭବନରେ ପହଞ୍ଚି ବିଦୁସ୍ମିତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛନ୍ତି । ଏହା ହେଉଛି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଆଉ ଗୈାରବ ଆଣିଥିବାରୁ କନ୍ଦରସିଂହା ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ।


ସେୟାର କରନ୍ତୁ