ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଅଞ୍ଚଳ ହାଇସ୍କୁଲ ଖେଳ ପଡିଆରେ ଲୋଧଣି ଟିମକୁ ହରାଇ ‘MCC ଚ୍ୟାଲେଞ୍ଜ ଟ୍ରଫି’କୁ ହାତେଇବାରେ ସଫଳ ହୋଇଛି ବଡଝରା ଟିମ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସୋମବାର ଶେଷ ହୋଇଛି । ଫାଇନାଲ ମ୍ୟାଚଟି ତିନୋଟି ପର୍ଯ୍ୟାୟରେ ଖେଳ ହେବାର ରହିଥିଲା ବେଳେ ଲଗାତାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବଡଝରା ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ 16ଟି ଟିମ ଭାଗ ନେଇଥିଲେ ।
ତେବେ 10 ଓଭର ବିଶିଷ୍ଟ ପ୍ରଥମ ପର୍ଯ୍ୟାୟ ଖେଳରେ ଲୋଧଣି ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 10 ଓଭର ଶେଷ ସୁଦ୍ଧା 6 ୱିକେଟ ହରାଇ 130 ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ବଡଝରା ଟିମ୍ 9 ଓଭରରେ 4 ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇ ବିଜୟୀ ହୋଇଥିଲେ ।
ଦ୍ଵିତୀୟ ପର୍ଯ୍ୟାୟ ଖେଳରେ 8 ଓଭର ଅନୁଷ୍ଠିତ ହୋଇଥିଲା । ବଡ଼ଝରା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 8 ଓଭର ଶେଷ ସୁଦ୍ଧା 4 ୱିକେଟ ହରାଇ 109 ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ଲୋଧଣି ଟିମ୍ ସମସ୍ତ ୱିକେଟ ହରାଇ 82 ରନ କରି ପରାଜୟ ବରଣ କରିଥିଲା । ଯାହା ଫଳରେ ବଡଝରା ଟିମ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ ।

ଉଦଯାପନୀ ଉତ୍ସବରେ ସମାଜ ସେବୀ ତଥା ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସରପଞ୍ଚ ସସ୍ମିତା ସାହୁ , ସମିତି ସଭ୍ୟ ବାବୁଲା ବିଶ୍ଵାଳ ,ଗ୍ରାମ୍ୟ କମିଟି ସଭାପତି ବିନୟ କୁମାର ସାହୁ ଓ ପୂର୍ବତନ ସମିତି ସଭ୍ୟ ସର୍ବେଶ୍ଵର ବିଶ୍ଵାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ରନର୍ସ ଦଳକୁ ସରପଞ୍ଚ ଶ୍ରୀମତୀ ସାହୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ଚାମ୍ପିଅନ ଦଳକୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ୍,ବେଷ୍ଟ ବ୍ୟାଟ୍ସ୍ ମ୍ୟାନ ବଡ଼ଝରା ସପକ୍ଷରେ ଯାଇଥିବା ବେଳେ ମ୍ୟାନ ଅଫ ଦି ସିରିଜ ଓ ବେଷ୍ଟ ବୋଲର ଲୋଧଣି ଟିମ୍ ସପକ୍ଷରେ ଯାଇଥିଲା ।

ସୂଚନା ଥାଉକି, ଖେଳ ପରିଚାଳନା ଦାୟିତ୍ୱ ସୁଜିତ କୁମାର ସାହୁ, ଦିଲୀପ କୁମାର ମହାପାତ୍ର ଏବଂ ନାନକ କୁମାର ସାହୁ ସମ୍ଭାଳି ଥିଲେ ।