ଶାସ୍ତ୍ରାନୁସାରେ, ଭାଇ ବୋହୁ ମାନଙ୍କୁ ଦେଢଶୁର ଛୁଇଁବା ମନା ହୋଇଥାଏ ଘରେ । ଏପରି ପ୍ରଥା କାହିଁ କେଉଁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଛି ।ତେବେ ଏହି ନିୟମ କାହିଁକି ପ୍ରଚାଳନ କରାଯାଇଥିଲା ? ଏହି ସମ୍ପର୍କରେ ଜାଣିବା ପାଇଁ ଅନେକଙ୍କ ମନରେ ଆଗ୍ରହ ରହିଥାଏ । ତେଣୁ ଏଭଳି କିଛି ପ୍ରସଙ୍ଗ ଉପରେ ଜାଣିବା…
ଦେଢଶୁରଙ୍କୁ ସମ୍ମାନ ଦେବା ଭାଇବୋହୁର କର୍ତ୍ତବ୍ୟ । ସେଥିପାଇଁ ଏହି ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଦେଢଶୁର ସାମ୍ନାରେ ପ୍ରତ୍ଯେକ ଭାଇବୋହୁ ନିଜ ମୁହଁକୁ ଘୋଡାଇ ରଖିଥାନ୍ତି ।
ବଲରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଏଭଳି କିଛି କଥାବସ୍ତୁକୁ ନେଇ ଅତି ସୁନ୍ଦର ଭାବେ ଆଲୋଚନା କରାଯାଇଛି । ଯେମିତି ଲକ୍ଷ୍ମୀ ପୁରାଣରେ ମାତା ଲକ୍ଷ୍ମୀ ବଡ ଭାଇ ବଳଭଦ୍ରକୁ ଛୁଉଁ ନ ଥିଲେ । ସେହି ଜଗନ୍ନାଥ ସଂସ୍କୃତି ଅନୁଯାଇ ହିନ୍ଦୁ ଘରେ ଭାଇ ବୋହୁ ମାନେ ନିଜ ଦେଢଶୁରକୁ ନଛୁଇଁବାର ପ୍ରଥା ପ୍ରଚଳିତ ହୋଇ ଆସୁଛି ।
ବଲରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଏଭଳି କିଛି କଥାବସ୍ତୁକୁ ନେଇ ଅତି ସୁନ୍ଦର ଭାବେ ଆଲୋଚନା କରାଯାଇଛି । ଯେମିତି ଲକ୍ଷ୍ମୀ ପୁରାଣରେ ମାତା ଲକ୍ଷ୍ମୀ ବଡ ଭାଇ ବଳଭଦ୍ରକୁ ଛୁଉଁ ନ ଥିଲେ । ସେହି ଜଗନ୍ନାଥ ସଂସ୍କୃତି ଅନୁଯାଇ ହିନ୍ଦୁ ଘରେ ଭାଇ ବୋହୁ ମାନେ ନିଜ ଦେଢଶୁରକୁ ନଛୁଇଁବାର ପ୍ରଥା ପ୍ରଚଳିତ ହୋଇ ଆସୁଛି ।
ତେବେ କାହିଁକି ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି- ଏହି ପ୍ରସଙ୍ଗଟି ତ୍ରୈତୟା ଯୁଗ ସହ ସମ୍ପୃକ୍ତ ଏକ କାହାଣୀ । ରାମାୟଣର ଲକ୍ଷ୍ମଣଙ୍କ ଚରିତ୍ର ସେବା ଓ ଆଦର୍ଶର ଚରିତ୍ର । ବନବାସର ଅବଧି କାଳରେ ଲକ୍ଷ୍ମଣ କେବେବି ତାଙ୍କ ଭାଉଜଙ୍କ ମୁଖକୁ ଦର୍ଶନ କରିନଥିଲେ । ସେ ତାଙ୍କ ଭାଉଜଙ୍କ ପାଖେ ପାଖେ ରହୁଥିଲେ ମଧ୍ୟ ତାଙ୍କ ଭାଉଜଙ୍କୁ ସେ ନିଜ ଇଷ୍ଟଦେବୀର ସମ୍ମାନ ଦେଇ ଚଉଦ ବର୍ଷ ବନବାସ ଜୀବନ ଅତିବାହିତ କରିଥିଲେ ।
ସୀତା ମାତାଙ୍କ ଅଗ୍ନୀ ପରୀକ୍ଷା ସମୟରେ ବଡ ଭାଇ ଶ୍ରୀରାମଙ୍କୁ ସାନ ଭଲ ଲକ୍ଷ୍ମଣ କହିଥିଲେ । ମୁଁ ଯଦି ବଡ ହୋଇଥାନ୍ତି । ତେବେ ଏହି ଅନ୍ୟାୟ ବିରୁଦ୍ଧରେ ଅସ୍ତ୍ର ଧରିବାକୁ ପଛାଇ ନଥାନ୍ତି । ତେଣୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ଦ୍ଵାପର ଯୁଗରେ ବଡ ଭାଇ ହେବାର ବରଦାନ ଦେଇଥିଲେ ।
ରାମଚନ୍ଦ୍ର ଯେତେବେଳେ ଲକ୍ଷ୍ମଣଙ୍କୁ ସୀତାଙ୍କୁ ବଣ ମଧ୍ୟରେ ଛାଡିଦେବାକୁ ଆସିବାକୁ ଆଦେଶ ଦେଇଥିଲେ । ଏହି ଆଦେଶ ବିରୁଦ୍ଧରେ ଲକ୍ଷ୍ମଣ ପ୍ରତିବାଦ କରି କହିଥିଲେ । ମୁଁ ଯଦି ବଡ ଭାଇ ହୋଇଥାନ୍ତି । ତୁମର ଏହି ଅନ୍ୟାୟ ଆଦେଶ ପାଳନ କରିବାକୁ ବାଧ୍ୟ ହୋଇ ନଥାନ୍ତି ।
ସେଥିପାଇଁ ଶ୍ରୀରାମ ଚନ୍ଦ୍ର କଳିଯୁଗରେ ଲକ୍ଷ୍ମଣଙ୍କୁ ବଡ ଭାଇ ହେବାର ବରଦାନ ଦେଇଥିଲେ । ଅନ୍ତଃସତ୍ଵା ସୀତାଙ୍କୁ ଯେତେବେଳେ ଲକ୍ଷ୍ମଣ ଘନବଣ ମଧ୍ୟରେ ଛାଡିବାକୁ ଯାଇଥିଲେ । ସେତେବେଳେ ମାତା ସୀତା ଲକ୍ଷ୍ମଣଙ୍କୁ କହିଥିଲେ ଯେ ଲକ୍ଷ୍ମଣ ତୁମର ଈପ୍ସିତ କଳ୍ପନାକୁ ପୂରଣ ତୁମର ବଡ ଭାଇ ପୂରଣ କରିଛନ୍ତି ।
ତୁମେ କଳିଯୁଗରେ ବଡ ଭାଇ ହୋଇ ଜନ୍ମ ହେଲେ ମୋର ଦେଢଶୁର ହେବ ତ୍ରୈତୟା ଯୁଗରେ ତୁମେ ସୀତାଙ୍କୁ ଯେଉଁ ଭଳି ସମ୍ମାନ ଦେଇଛ । କଳିଯୁଗରେ ମୁଁ ମହାଲକ୍ଷ୍ମୀ ଭାବେ ତୁମର ସେହି ଭଳି ସମ୍ମାନ କରିବି । ତୁମେ ସୀତାଙ୍କର ମୁଖ ଦର୍ଶନ କରିନାହଁ ।
ମହାଲକ୍ଷ୍ମୀ ରୂପରେ ତୁମର ମୁଖକୁ ଦର୍ଶନ କରିବି ନାହିଁ । ଓଢଣା ଭିତରେ ମୁହଁକୁ ଲୁଚାଇ ଭାଇ ବୋହୁର ପରିଚୟ ପ୍ରଦାନ କରିବି । ସେହି ଜଗନ୍ନାଥ ସଂସ୍କୃତି ଅନୁଯାଇ ହିନ୍ଦୁ ଘରେ ଭାଇ ବୋହୁ ମାନେ ନିଜ ଦେଢଶୁରକୁ ନଛୁଇଁବାର ପ୍ରଥା ପ୍ରଚଳିତ ହୋଇ ଆସୁଛି ।