ଆଜିର ଦିନରେ ସମସ୍ତେ ମେକଅପ୍ ବିନା ମଧ୍ୟ ଚମକଦାର ଏବଂ କୋମଳ ତ୍ୱଚା ପାଇବାକୁ ଚାହିଁଥାଆନ୍ତି । ତଥାପି ପ୍ରଦୂଷଣ, ଏବଂ ସୂର୍ଯ୍ୟର ପ୍ରଖର କିରଣ ତ୍ୱଚାରେ ମଳିନତା ସୃଷ୍ଟି କରିଥାଏ । ଏପରି ସ୍ଥିତିରେ ଘରୋଇ ଉପଚାର ହେଉଛି ସବୁଠାରୁ ସୁରକ୍ଷିତ ବିକଳ୍ପ । ଯଦି ଆପଣ ଲେମ୍ବୁ, ଗ୍ଲିସେରିନ୍ ଏବଂ ଗୋଲାପ ଜଳକୁ ନିଜ ତ୍ବଚାରେ ସଠିକ ଭାବରେ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ କୌଣସି କ୍ରିମ୍ କିମ୍ବା ଲୋସନର ଆବଶ୍ୟକତା ପଡ଼ିବ ନାହିଁ । ଏହା ବ୍ୟତୀତ ଏହି ମିଶ୍ରଣ ଆପଣଙ୍କ ତ୍ୱଚାକୁ ଭିତରୁ ପୋଷଣ ଯୋଗାଇବାରେ ସାହାଯ୍ୟ କରିଥାଏ । ନିୟମିତ ଏହାକୁ ବ୍ୟବହାର କରିବା ଦ୍ବାରା ବିନା ମେକଅପରେ ଆପଣଙ୍କ ତ୍ୱଚା କୋମଳ ସହ ଉଜ୍ଜଳ ମଧ୍ୟ ଦେଖାଯାଇଥାଏ ।
ଆବଶ୍ୟକୀୟ ଉପକରଣ
ଲେମ୍ବୁ ରସ – 1ରୁ 2ଚାମଚ
ଗ୍ଲିସେରିନ୍ – 1ଚାମଚ
ଗୋଲାପ ଜଳ -2 ଚାମଚ
ଛୋଟ ପାତ୍ର ଏବଂ ଚାମଚ – ମିଶ୍ରଣ ତିଆରି କରିବା ପାଇଁ
ପ୍ରସ୍ତୁତି ପ୍ରଣାଳୀ
ଏହି ମିଶ୍ରଣକୁ ତିଆରି କରିବା ପାଇଁ ପ୍ରଥମେ ଏକ ଛୋଟ ପାତ୍ରରେ ଅଧ ଚାମଚ ଲେମ୍ବୁ ରସ ଢାଳନ୍ତୁ । ତାପରେ ଏଥିରେ ଗୋଟିଏ ଚାମଚ ଗ୍ଲିସେରିନ୍ ମିଶାନ୍ତୁ। ପରେ ଦୁଇ ଚାମଚ ଗୋଲାପ ଜଳ ମିଶାଇ ସବୁକିଛି କୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ଏହାପରେ ଆପଣଙ୍କ ଘରୋଇ ଫେସପ୍ୟାକ ପ୍ରସ୍ତୁତ ହୋଇଯିବ ।
କିପରି କରିବେ ବ୍ୟବହାର?
ଏହି ଘରୋଇ ଫେସପ୍ୟାକକୁ ବ୍ୟବହାର କରିବା ଆଗରୁ ପ୍ରଥମେ ଆପଣଙ୍କ ମୁହଁକୁ ଉଷୁମ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ତା’ପରେ, ଲେମ୍ବୁ, ଗ୍ଲିସେରିନ୍ ଏବଂ ଗୋଲାପ ଜଳର ମିଶ୍ରଣକୁ ଆପଣଙ୍କ ମୁହଁ ଏବଂ ବେକରେ ଧୀରେ ଧୀରେ ଲଗାନ୍ତୁ । ଏହାକୁ 10 ରୁ 15 ମିନିଟ୍ ପାଇଁ ମୁହଁରେ ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହି ସମୟ ଭିତରେ ପ୍ଯାକଟି ଆପଣଙ୍କ ମୁହଁକୁ ପୋଷଣ ଯୋଗାଇବା ସହ ଆର୍ଦ୍ରତା ଦୂର କରିବାର କାର୍ଯ୍ୟ କରିଥାଏ । ମିଶ୍ରଣ ବା ପ୍ୟାକଟି ଶୁଖିଗଲା ପରେ ଉଷୁମ ପାଣିରେ ଆପଣଙ୍କ ମୁହଁ ଏବଂ ବେକକୁ ଭଲ ଭାବରେ ଧୋଇ ଦିଅନ୍ତୁ ।
ଏହାପରେ ସଫା ତଉଲିଆ ବା ରୁମାଲ ସାହାଯ୍ୟରେ ମୁହଁକୁ ଭଲଭାବରେ ପୋଛନ୍ତୁ । ଏହି ପ୍ରକ୍ରିୟାକୁ ସପ୍ତାହରେ 2ରୁ 3 ଥର କରନ୍ତୁ ଯାହାଫଳରେ ବିନା ମେକଅପରେ ମଧ୍ୟ ଆପଣଙ୍କ ମୁହଁ ଉଜ୍ଜ୍ୱଳ ଦେଖାଯିବ । ଏହି ପ୍ରାକୃତିକ ଉପଚାର ଗ୍ରହଣ କରି ଆପଣ ମହଙ୍ଗା ମେକଅପ୍ ଉପରେ ନିର୍ଭର ନକରି ମୁହଁରେ କୋମଳତା ଏବଂ ଚମକ ହାସଲ କରିପାରିବେ । ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ପାଣି ଏବଂ ସୂର୍ଯ୍ୟ କିରଣରୁ ରକ୍ଷା ପାଇଲେ ଆପଣ ଆପଣଙ୍କ ମୁହଁରେ ଭଲ ଫଳାଫଳ ପାଇପାରିବେ ।