ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଦିନକୁ ଦିନ ଚୁରୀ ଆତଙ୍କ ବଢିବାର ଲାଗିଛି । ସେହିପରି ଲୋଟେରା ମାନେ ଏହାର ସୁଯୋଗ ନେଇ ମନ୍ଦିର ମାନଙ୍କରୁ ଏପରି ଆଉ ଏକ ଦୃଷ୍ଟାନ୍ତ ମୂଳକ ଦୃଶ୍ୟ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ । ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ଅଜଣା ଦୁର୍ବୃତ୍ତ ମାନେ କନ୍ତୋର ପଞ୍ଚାୟତ ଚାନ୍ଦପୁର ଗାଁରେ ରହିଥିବା ଶିବ ମନ୍ଦିରରୁ ସୁନା ଅଳଙ୍କାର, ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ବେଳେ ସେହି ରାତିରେ ବସୋଇ ପଞ୍ଚାୟତ କର୍ଣ୍ଣାଟପୁର କେନ୍ଦୁତଇଳା ଗ୍ରାମର ମା ମଙ୍ଗଳାଙ୍କ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି ।
କେନ୍ଦୁତଇଳା ଗାଁ ମୁଣ୍ଡରେ କଙ୍କିଳି ଗାଁକୁ ଯିବା ରାସ୍ତା ପାର୍ଶ୍ବରେ ମା ମଙ୍ଗଳାଙ୍କ ମନ୍ଦିର ରହିଛି । ଏହି ମନ୍ଦିରର ପୂଜକ ପ୍ରତ୍ୟେକ ଦିନ ପରି ଶନିବାର ସକାଳୁ ମା ଙ୍କ ପୂଜା କରିବାକୁ ଆସି ଦେଖିଲା ବେଳକୁ ମନ୍ଦିର କବାଟରୁ କୌଣସି ଦୁର୍ବୃତ୍ତ ମାନେ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ପୂଜକ ଏପରି ଦୃଶ୍ୟ ଦେଖି ସଙ୍ଗେ ମନ୍ଦିର କମିଟି ଓ ଗ୍ରାମବାସୀଙ୍କୁ ଜଣାଇଥିଲେ ।
ପୂଜକ କହିବା ଅନୁଯାୟୀ ମା ଙ୍କ ଆଖି ପତାରେ ଲାଗିଥିବା ସୁନାର ଟିକିଲି , ମଙ୍ଗଳ ସୂତ୍ର ,ରୂପାର ମୁକୁଟ ,ପିତଳ ଘଣ୍ଟ ୨ ଟା , ବଡ ଥାଳି ୪ ଟା , ଦୀପ ୪ ଟା , ଟସଲା , ବାଲଟି, ମାଇକ ମେସିନ ଓ ଦାନ ବାକ୍ସ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଥିବା ପ୍ରକାଶ କରିଛନ୍ତି । ଏ ନେଇ ମନ୍ଦିର କମିଟି ପରଜଙ୍ଗ ଥାନାକୁ ଅଭିଯୋଗ କରିଥିବା ଜଣାପଡିଛି ।