ସମର ଶିଷାର୍ଥୀ ବାହିନୀର ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଢେ଼ଙ୍କାନାଳ ଜିଲ୍ଳା କାମାକ୍ଷାନଗର ବ୍ଲକ୍ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଗ୍ରୁପ୍ ହେଡ କ୍ୱାର୍ଟର କଟକ ଅଧୀନରେ ଥିବା ୧୨ ଓଡିଶା ବାଟାଲିୟନ ଏନ୍ ସି ସି ପରିଚାଳନାରେ ୧୦ ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ ହେବା ସହ କ୍ୟାମ୍ପ ଫାୟାର୍ ଅନୁଷ୍ଠିତ ହୋଇଥିଲା । ୧୨ ଓଡ଼ିଶା ବାଟାଲିୟନ ର କମାଣ୍ଡିଙ୍ଗ ଅଧିକାରୀ କର୍ଣ୍ଣେଲ ସି ସି ନାଗ , କ୍ୟାମ୍ପ କମାଣ୍ଡାଣ୍ଟ ଓ ଲେପ୍ଟନାଣ୍ଟ କର୍ଣ୍ଣେଲ ଆର କେ ବଲ୍, ପ୍ରଶାସନିକ ଅଧିକାରୀ ଭାବେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ ଓ କାମାକ୍ଷାନଗର ମହାବିଦ୍ୟାଳୟର ବରିଷ୍ଠ ଆନ୍ଥ୍ରପୋଲଜି ପ୍ରଦର୍ଶକ ମେଜର ଦିଲ୍ଲୀପ କୁମାର ସାହୁ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ । ଉକ୍ତ ବାଟାଲିୟନ ଅଧୀନରେ ଥିବା ୯ ଟି ମହାବିଦ୍ୟାଳୟ ଓ ୧୪ଟି ଉଚ୍ଚ ବିଦ୍ୟାଳୟରୁ ମୋଟ ୪୫୨ ଜଣ କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ । ଏଥିରେ ଡ୍ରିଲ , ଯୋଗାସନ , ମ୍ୟାପ୍ ରିଡିଙ୍ଗ , ବନ୍ଧୁକ ଚାଳନା , ଆତ୍ମ ରକ୍ଷା କୌଶଳ , ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ,ସାମାଜିକ ସଚେତନତା , ନେତୃତ୍ବ ନେବାର ଦକ୍ଷତା ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ କ୍ୟାଡେଟ୍ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଉକ୍ତ ବିଦ୍ୟାଳୟର ଏନ୍ ସି ସି ଫାଷ୍ଟ ଅଫିସର ଧ୍ରୁବଚରଣ ସୁନ୍ଦରାୟ ଙ୍କୁ ଶ୍ରେଷ୍ଠ ଏ ଏନୋ ଓ ରୂପେ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏନ୍ ସି ସି ଅଧିକାରୀ, ଯେ ସି ଓ , ଏନ୍ ସି ଓ , ପି ଆଇ ଷ୍ଟାଫ, ସି ଟି ଓ ତଥା କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।


ସେୟାର କରନ୍ତୁ