ଅକ୍ଷୟ ଖନ୍ନା Archives - Truthink

ହିଂସ୍ର ଅବତାରରେ ଧୁରନ୍ଧର କଳାକାର
ରକ୍ତପାତ ବଲିଉଡ୍‌ ସିନେମା ପାଇଁ ନୂଆ ନୁହେଁ । ତେବେ ନିକଟ ଅତୀତରେ ‘ଆନିମଲ୍‌’ ପରି ସିନେମାର ସଫଳତା ହିଂସା ଦୃଶ୍ୟଗୁଡ଼ିକୁ ଅଧିକ ନୃଶଂସ ଓ ପାଶବିକ କରିବା ଲାଗି ନିର୍ଦେଶକମାନଙ୍କୁ ପ୍ରବୃତ୍ତ କରୁଛି । 2024 ‘କିଲ୍‌’ ଯେଉଁ ମାଇଲ୍‌ଖୁଣ୍ଟ ସ୍ଥାପନ କରିଥିଲା, ‘ଧୁରନ୍ଧର’ ତାକୁ ଟପିଯାଇଛି । ଟ୍ରେଲର୍‌ରୁ ଏହା ଏକ ଆକ୍ସନ୍‌ପୂର୍ଣ୍ଣ ସ୍ପାଏ ଥ୍ରିଲର୍‌ ଚଳଚ୍ଚିତ୍ର ବୋଲି ଆଭାସ ମିଳିସାରିଥିଲା, ତେଣୁ ଏହାର ଦର୍ଶକମାେନ ଯେଉଁ ଆଶା ନେଇ ପ୍ରେକ୍ଷାଳୟ ଯାଉଛନ୍ତି ତା’ ଠାରୁ ଅଧିକ ରୋମଟାଙ୍କୁରା ଅଭିଜ୍ଞତା ନେଇ ଫେରିବା ସୁନିଶ୍ଚିତ । 15 ବର୍ଷର ସବୁଠାରୁ ଦୀର୍ଘ ବଲିଉଡ୍‌ ଚଳଚ୍ଚିତ୍ର ଭାବେ ‘ଧୁରନ୍ଧର’ର ଅବଧି ସାଢ଼େ ତିନିଘଣ୍ଟା ଟପିଯିବା, ନାୟିକା ଚରିତ୍ର ଚିତ୍ରଣ ଓ ସତ-ମିଛର ଅପମିଶ୍ରଣ ଆଦି ବିଷୟକୁ ଏହି ସିନେମାର କେତେକ ଦୁର୍ବଳତା ରୂପେ ଦେଖାଯାଇପାରେ ।

‘ଧୁରନ୍ଧର’ର କାହାଣୀ କାନ୍ଦାହାର ଉଡ଼ାଜାହାଜ ଅପହରଣରୁ ଆରମ୍ଭ କରି ସଂସଦ ଆକ୍ରମଣ ଓ 26/11 ଆକ୍ରମଣ ଭଳି ବାସ୍ତବିକ ଘଟଣାକୁ ଏକ କାଳ୍ପନିକ ମିସନ ସହିତ ଗୁନ୍ଥିବାକୁ ଉଦ୍ୟମ କରିଛି । ପାକିସ୍ତାନ ରଚିତ ଆତଙ୍କବାଦର ଉତ୍ତର ରୂପେ ‘ଧୁରନ୍ଧର’ ମିସନ ଆରମ୍ଭ କରାଯାଉଛି, ଯାହାର ଲକ୍ଷ୍ୟ ହେଉଛି ପାକିସ୍ତାନୀ ଆତଙ୍କବାଦର ହୃଦ୍‌ସ୍ଥଳକୁ ପ୍ରବେଶ କରି ତାକୁ ଦୋହଲାଇଦେବା । କାହାଣୀର ସାବଲୀଳ ଅବତାରଣା ପାଇଁ ନିର୍ଦେଶକ ତଥା ଲେଖକ ଆଦିତ୍ୟଙ୍କର ଯେତେ ପ୍ରଶଂସା କଲେ କମ୍‌ ହେବ। କାରଣ ଚଳଚ୍ଚିତ୍ରରେ ଗୁଡ଼ିଏ ଚରିତ୍ର ଓ ଘଟଣାବଳୀ ପ୍ରଦର୍ଶିତ ହୋଇଥିଲେ ହେଁ କୌଣସି ଜାଗାରେ ସଂଶୟର ଅବକାଶ ସୃଷ୍ଟି ହୁଏ ନାହିଁ । ଏ ଦିଗରେ ପ୍ରବୀଣ ଅଭିନେତାଙ୍କର ଭୂମିକା ମଧ୍ୟ ଉଲ୍ଲେଖନୀୟ । ଭାରତୀୟ ଗୁପ୍ତଚର ହମଜା ଆଲୀ ମାଜାରୀ ଚରିତ୍ରରେ ରଣବୀର ସିଂହ ଖୁବ୍ ସଂଯମୀ ଅଭିନୟ କରିଛନ୍ତି, ଯାହା ସେହି ଚରିତ୍ରର ରହସ୍ୟମୟ ଦିଗକୁ ମଧ୍ୟ ନ୍ୟାୟ ଦେଇଛି ।

ରଣବୀର ପ୍ରମାଣ କରିଦେଇଛନ୍ତି ଯେ ଭୂମିକା ଯେତେ ଆହ୍ବାନପୂର୍ଣ୍ଣ ହେଉ, ସେ ନିଜର ନିପୁଣତା ପ୍ରମାଣିତ କରିପାରିବେ। ଯଦି ଅନ୍ୟ କାହାର ଆଭା ରଣବୀରଙ୍କୁ ଅତିକ୍ରମ କରିଯାଇଛି, ସେ ହେଉଛନ୍ତି ଗ୍ୟାଙ୍ଗଷ୍ଟର୍‌ ରେହମାନ ଡକାଏତ ଭାବେ ଅକ୍ଷୟ ଖନ୍ନା । ସେହିପରି ଆଇଏସ୍‌ଆଇ ଏଜେଣ୍ଟ ମେଜର ଇକ୍‌ବାଲ୍‌ ଭାବେ ଅର୍ଜୁନ୍‌ ରାମପାଲ ଅଳ୍ପ ଅବଧିରେ ଗଭୀର ପ୍ରଭାବ ସୃଷ୍ଟି କରିଛନ୍ତି । ଏସ୍‌ପି ଚୌଧୁରୀ ଅସଲମ ଭୂମିକାରେ ସଞ୍ଜୟ ଦତ୍ତଙ୍କ ଅଭିନୟ ସବୁଠାରୁ ସ୍ବଭାବସୁଲଭ ଲାଗିଲା । ତେବେ ଆଇବି ମୁଖ୍ୟ ଅଜୟ ସାନ୍ୟାଲ ଭାବେ ଆର୍‌. ମାଧବନଙ୍କ ଅଭିନୟରେ କିଛି ଭୁଲ୍‌ ନାହିଁ, କିନ୍ତୁ ତାଙ୍କ ଚରିତ୍ର ସବୁଠାରୁ କମ୍‌ ସ୍ମରଣଯୋଗ୍ୟ ମନେ ହେଲା । ଏହି ଚଳଚ୍ଚିତ୍ରର ସବୁଠାରୁ ଦୁର୍ବଳ ଚରିତ୍ର ହେଉଛି ୟାଲିନା (ସାରା ଅର୍ଜୁନ), ଯିଏ ହାମଜା ପରି ଜଣେ ‘ଗୁଣ୍ଡା’କୁ କେବଳ ଭଲ ପାଉ ନାହିଁ, ନିଜ ମନ୍ତ୍ରୀ ପିତା ଓ ଡାକ୍ତର ହେବାର ମହତ୍ତ୍ବାକାଂକ୍ଷା ଛାଡ଼ି ତାକୁ ବିବାହ କରିବାକୁ ଚାଲିଆସୁଛି ।

ପ୍ରାୟ ଦୁଇ ଦଶନ୍ଧି ପୁରୁଣା କରାଚି ସହରକୁ ଏଥିରେ ଖୁବ୍‌ ବିଶ୍ବସନୀୟ ଢଙ୍ଗରେ ଚିତ୍ରିତ କରାଯାଇଛି । ଭାରତରେ ଆତଙ୍କବାଦର ମଞ୍ଜି ବୁଣିବାରେ ପାକିସ୍ତାନୀ ରାଜନେତା, ଆଇଏସ୍‌ଆଇ ଓ ଗ୍ୟାଙ୍ଗମାନଙ୍କ ଯୋଗସୂତ୍ରକୁ ସ୍ପଷ୍ଟ ଭାବେ ପ୍ରଦର୍ଶନ କରାଯାଇଛି। ସେହିପରି ପାକିସ୍ତାନରେ ବଲୁଚିସ୍ତାନୀଙ୍କ ବିଦ୍ରୋହର ପ୍ରସଙ୍ଗକୁ ମଧ୍ୟ ରୋଚକ ଢଙ୍ଗରେ ଚିତ୍ରିତ କରାଯାଇଛି । ଦୃଶ୍ୟର ଆବଶ୍ୟକତା ଅନୁସାରେ ବିଶାଳ ସେଟ୍‌ ନିର୍ମାଣ ବା ଜନସମାଗମ ଠୁଳ କରିବାରେ ନିର୍ମାତା କୌଣସି କାର୍ପଣ୍ୟ ପ୍ରଦର୍ଶନ କରିନାହାନ୍ତି। ଶାଶ୍ବତ ସଚଦେବଙ୍କ ପୃଷ୍ଠଭୂମି ସଂଗୀତ ଏହି ଚଳଚ୍ଚିତ୍ରର ଅନ୍ୟତମ ଆକର୍ଷଣ। ତେବେ ସିନେମାର ଅର୍ଦ୍ଧାଧିକ ଗୀତ ପୁରୁଣା ଗୀତଗୁଡ଼ିକର ରିମେକ୍‌ ଜାଣି ନିରାଶ ହେବାକୁ ପଡ଼ିଲା। ଅନେକ ନୃଶଂସ ଦୃଶ୍ୟର ଅବଧି ଅନାବଶ୍ୟକ ଭାବେ ଲମ୍ବେଇ ଦିଆଯାଇଛି, ଯାହାକୁ ଏଡିଟ୍‌ କରି ସିନେମାକୁ ଅନ୍ତତଃ ତିନି ଘଣ୍ଟାରେ ସୀମିତ ରଖିବା ସମ୍ଭବ ହୋଇପାରନ୍ତା । ଦେଶପ୍ରେମ ଦ୍ବାରା ଅନୁପ୍ରାଣିତ ହୋଇ ଆରମ୍ଭ ହୋଇଥିବା ଏହି କାହାଣୀ କ୍ରମେ ଗ୍ୟାଙ୍ଗ୍‌ ଵାର୍‌ରେ କବଳିତ ହୋଇ ମୁଖ୍ୟ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇଯିବା ପରି ଲାଗିଲା । କିନ୍ତୁ ଶେଷରେ ଏହି ଚଳଚ୍ଚିତ୍ରର ପରବର୍ତ୍ତୀ ଭାଗର ପୂର୍ବାଭାସରୁ ସ୍ପଷ୍ଟ ହୋଇଗଲା ଯେ ଏହି କାହାଣୀର ଖିଅ ଏବେ ବି ମିଳିବା ବାକି ଅଛି । ଖରାପ ଭାଷା ଓ ବିଚଳିତକାରୀ ଦୃଶ୍ୟ ଯୋଗୁଁ ଏହାକୁ ପରିବାର ସହିତ ଦେଖିବା ପରାମର୍ଶଯୋଗ୍ୟ ନୁହେଁ ।

The post ହିଂସ୍ର ଅବତାରରେ ଧୁରନ୍ଧର କଳାକାର appeared first on Truthink.