ନୀତି ନିର୍ଘଣ୍ଟରେ ପରିବର୍ତ୍ତନ Archives - Truthink

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରର ନୀତିନିର୍ଘଣ୍ଟରେ ପରିବର୍ତ୍ତନ
ପୁରୀ : ଆସନ୍ତା ନଭେମ୍ୱର 8 ତାରିଖ କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଯୋଗଦେଇ ଥିଲେ ।

ତେବେ ସୂର୍ଯ୍ୟୋଦୟ 5ଟା 54 ମିନିଟ 53 ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ । ପୁଣିଥରେ ସେହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି । ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ବତନ୍ତ୍ର ନୀତି ପାଇଁ ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ।

ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ 8ତାରିଖ ରାତି 12ଟା 10ରେ ଦ୍ବାର ଫିଟି ରାତି 2ଟା 30 ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାଧିରାଜ ବେଶ ସରିବ। ସକାଳ 5ଟା 50 ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିନ 2ଟା 38 ମିନିଟ୍ 14 ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ଥିବାରୁ ଏହି ଦିନ ସୁନାବେଶ ଦେଖିବା ସମ୍ଭବ ପର ନୁହେଁ ବୋଲି ସୂଚନା ଦିଆଯାଇଛି । ସେହିପରି ଆସନ୍ତା 4ରୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିର ନୀତି କାନ୍ତି କିପରି ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ସମସ୍ତ ନିଯୋଗକୁ ଅନୁରୋଧ କରାଯାଇଛି ।

The post ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରର ନୀତିନିର୍ଘଣ୍ଟରେ ପରିବର୍ତ୍ତନ appeared first on Truthink.