ପଣ୍ୟ ପରିବହନ ପାଇଁ ଅନୁମତି ଦିଆଯାଇଛି Archives - Truthink

ଅନୁଗୁଳ-ସୁକିନ୍ଦା ରେଳ ଲାଇନରେ ପଣ୍ୟ ଦ୍ରବ୍ୟ ପରିବହନ ପାଇଁ ସ୍ୱୀକୃତି ମିଳିଲା
ଭୁବନେଶ୍ୱର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଅନୁଗୁଳ-ସୁକିନ୍ଦା ନୂତନ ରେଳ ମାର୍ଗରେ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଷ୍ଟେସନ ଓ ଯାଜପୁର ଜିଲ୍ଲାର ସୁକିନ୍ଦା ନିକଟସ୍ଥ ବାଘୁଆପାଳ ଷ୍ଟେସନ ମଧ୍ୟରେ 92.825 କିଲୋମିଟର ଦୈର୍ଘ୍ୟ ବ୍ରଡ ଗେଜ୍ ସିଙ୍ଗଲ ବିଦ୍ୟୁତକରଣ ରେଳ ଲାଇନ ସେକ୍ସନରେ ପଣ୍ୟ ପରିବହନ ପାଇଁ ଅନୁମତି ଦିଆଯାଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଏହି ସଫଳତା ପାଇଁ ଅନୁଗୁଳ ସୁକିନ୍ଦା ରେଳ ଲାଇନ ଲିମିଟେଡ଼ ଓ ରେଳ ବିକାଶ ନିଗମ ଲିମିଟେଡ଼ କୁ ଅଭିନନ୍ଦନ ଜଣାଇଛନ୍ତି ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଏକ ସିନିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍ (ଏସଏଜି) କମିଟି ଗଠନ କରାଯାଇ ସମସ୍ତ ନିରାପତ୍ତା ଓ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ଦିଗ ସମ୍ବନ୍ଧରେ ରିପୋର୍ଟ ଦେବାକୁ କହିଥିଲେ ଯେଉଁଥିରେ ରେଳପଥର ମୁଖ୍ୟ ନିରାପତ୍ତା ଅଧିକାରୀ (ସିଏସଓ), ମୁଖ୍ୟ ଟ୍ରାକ ଇଞ୍ଜିନିୟର (ସିଟିଇ), ମୁଖ୍ୟ ବୈଦ୍ୟୁତିକ ବିତରଣ ଇଞ୍ଜିନିୟର ଏବଂ ରେଳ ବିକାଶ ନିଗମ ଲିମିଟେଡ୍ ର ମୁଖ୍ୟ ପ୍ରୋଜେକ୍ଟ ମ୍ୟାନେଜର ମନୋନୀତ ହୋଇଥିଲେ । ଏହି ଏସଏଜି କମିଟି ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଫେବୃୟାରୀ ମାସ 21 ତାରିଖ ଦିନ 92.825 କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନ୍କୁ ନୀରିକ୍ଷଣ କରି 23 ଫେବୃଆରୀ 2023 ରେ ସେମାନଙ୍କର ଯାଞ୍ଚ ରିପୋର୍ଟ ଦାଖଲ କରିଥିଲେ ।

ଏହାପୂର୍ବରୁ ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ବୁଢାପଙ୍କ ଏବଂ ବାଘୁଆପାଳ ଷ୍ଟେସନ ୟାର୍ଡ ଯାଞ୍ଚ କରି ଷ୍ଟେସନ ୟାର୍ଡର ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ ଯାହା ବର୍ତ୍ତମାନ ପଣ୍ୟ ବାହୀ ଟ୍ରେନ୍ ଚଳାଇବା ପାଇଁ ସମସ୍ତ ନିରାପତ୍ତା ଦୃଷ୍ଟିକୋଣ ଅନୁଧ୍ୟାନ କରାଯାଇଛି ।

ଏସଏଜି କମିଟିର ଯାଞ୍ଚ ରିପୋର୍ଟର ଅନୁପାଳନ ଉପରେ ଆଧାର କରି ଏବଂ ବିଭିନ୍ନ ଡକ୍ୟୁମେଣ୍ଟ / ସାର୍ଟିଫିକେଟ୍ ତର୍ଜମା କରାଯାଇ ରେଳବାଇ ବୋର୍ଡ ଦ୍ୱାରା ଦିଆଯାଇଥିବା କ୍ଷମତା ଅନୁଯାୟୀ ମହାପ୍ରବନ୍ଧକ ନୂତନ ବ୍ରୋଡ ଗେଜ୍ ଏଲେକ୍ଟ୍ରିଫାଏଡ ସିଙ୍ଗଲ୍ ଲାଇନ୍ ସେକ୍ସନ୍ ରେ ପଣ୍ୟବାହୀ ଟ୍ରେନ ଚଳାଚଳ ପାଇଁ ବଳବତ୍ତର ଥିବା ସମସ୍ତ ସ୍ଥାୟୀ ତଥା ଅସ୍ଥାୟୀ ଗତିର ପ୍ରତିବନ୍ଧକ ଅନୁଯାୟୀ ଅନୁମତି ଦେଇଛନ୍ତି ଯାହାର ସର୍ବାଧିକ ଅନୁମତିପ୍ରାପ୍ତ ବେଗ 65 କିଲୋମିଟର ଅଟେ । ସ୍ଥାୟୀ ତଥା ଅସ୍ଥାୟୀ ଗତିର ପ୍ରତିବନ୍ଧକ ସମୟ ସମୟରେ ଲାଗୁ ହୋଇପାରେ ।

ଅନୁଗୁଳ-ସୁକିନ୍ଦା ରେଲୱେ ଲିମିଟେଡ୍ (ASRL), 20 ଫେବୃଆରୀ 2009 ରେ ରେଳ ମନ୍ତ୍ରଣାଳୟ ଦ୍ୱାରା ରେଳ ବିକାଶ ନିଗମ ଲିମିଟେଡ୍ (RVNL) ମାଧ୍ୟମରେ ବୁଢାପଙ୍କ ଷ୍ଟେସନ (ଅନୁଗୁଳ) ଓ ବାଗୁଆପାଳ ଷ୍ଟେସନ୍ (ସୁକିନ୍ଦା) ମଧ୍ୟରେ ସିଙ୍ଗଲ ରେଳ ଲାଇନ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଏକ ଏସପିଭି ଅନ୍ତର୍ଭୁକ୍ତ କରାଯାଇଛି । ଏହି ନୂତନ ରେଳ ଲାଇନ ଓଡ଼ିଶାର ଲୁହାପଥର ସମୃଦ୍ଧ ଅଞ୍ଚଳ (ଜୋଡା-ବଡ଼ବିଲ) ଓ ଅନୁଗୁଳ ଅଞ୍ଚଳରେ ଥିବା ଇସ୍ପାତ ଏବଂ ସ୍ପଞ୍ଜ ଲୁହା ଶିଳ୍ପ ମଧ୍ୟରେ ସିଧାସଳଖ ଲିଙ୍କ ଯୋଗାଇବ । ଏହା ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ତାଳଚେର କୋଇଲା ଖଣି ବେଲ୍ଟ ମଧ୍ୟରେ ଦୂରତ୍ୱ ହ୍ରାସ କରିବ ଏବଂ ଯାତାୟାତ ମୁକ୍ତ ବିକଳ୍ପ ମାର୍ଗ ଯୋଗାଇବ । ଏହା ମଧ୍ୟ ଅନୁଗୁଳ ଅଞ୍ଚଳର ଇସ୍ପାତ କାରଖାନା, ନାଲକୋ ଏବଂ ଓଡିଶାର କଳିଙ୍ଗନଗର ଅଞ୍ଚଳରେ ଅବସ୍ଥିତ ଇଣ୍ଡଷ୍ଟ୍ରିଜ୍ କ୍ଲଷ୍ଟରର ନିକଟବର୍ତ୍ତୀ ହେବ । କଳିଙ୍ଗନଗର କମ୍ପ୍ଲେକ୍ସରୁ ମୁମ୍ବାଇ ଏବଂ ଦିଲ୍ଲୀର ତାଲଚର-ସମ୍ବଲପୁର-ଝାରସୁଗୁଡା ଦେଇ ଇସ୍ପାତ କାରଖାନାର ଫିନିଷଡ଼ ଉତ୍ପାଦ ପଠାଇବା ମଧ୍ୟ ଖଡ଼ଗ୍ପୁର ଦେଇ ଯାଉଥିବା ମାର୍ଗ ତୁଳନାରେ ନୂତନ ଆଲାଇନମେଣ୍ଟ ଏବଂ ସହଜ ହେବ ।

ରେଳ ମନ୍ତ୍ରଣାଳୟ ଏବଂ ASRL ମଧ୍ୟରେ 14 ମଇ 2010 ରେ ସ୍ୱାକ୍ଷରିତ ହୋଇଥିବା କନ୍ସେସନ ଚୁକ୍ତିରେ ଧାର୍ଯ୍ୟ କରାଯାଇଥିବା ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲ ମାଧ୍ୟମରେ ଏହି ପ୍ରକଳ୍ପକୁ ଅର୍ଥ ପ୍ରଦାନ କରାଯାଉଛି । ଏହି ପ୍ରକଳ୍ପ ପାଇଁ ପାଣ୍ଠି ଢାଞ୍ଚା ଷ୍ଟେକ-ହୋଲ୍ଡରଙ୍କ ଇକ୍ୱିଟି-ଅଂଶଗ୍ରହଣ ଏବଂ ବଜାରରୁ ଉଠାଯାଇଥିବା ଋଣ ମାଧ୍ୟମରେ ହୋଇଥିଲା ।

The post ଅନୁଗୁଳ-ସୁକିନ୍ଦା ରେଳ ଲାଇନରେ ପଣ୍ୟ ଦ୍ରବ୍ୟ ପରିବହନ ପାଇଁ ସ୍ୱୀକୃତି ମିଳିଲା appeared first on Truthink.