ବାବୁଲା ବିଶ୍ୱାଳ Archives - Truthink

ପଞ୍ଚାୟତ ନିର୍ବାଚନ: ମୁକ୍ତାପଶିରେ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଚଳାଇଛନ୍ତି ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ
ପରଜଙ୍ଗ : ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଓ ସମିତିସଭ୍ୟ ପ୍ରାର୍ଥୀ ନିର୍ଦ୍ଦଳୀୟ ହୋଇଥିବା ବେଳେ କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ଲଢ଼ନ୍ତି । ନିର୍ଦ୍ଦଳୀୟ ହେଲେ ବି ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀଙ୍କୁ ପରୋକ୍ଷ ଭାବେ ବିଭିନ୍ନ ରାଜନୈତିକ ଦଳଙ୍କ ତରଫରୁ ସମର୍ଥନ ରହିଥାଏ । ସେକଥା କାହାକୁ ଅଛପା ନାହିଁ ।

ତେବେ ମୁକ୍ତାପଶି ଗ୍ରାମ ପଞ୍ଚାୟତରେ ନିର୍ବାଚନ ଯେତିକି ପାଖେଇ ଆସୁଛି ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀମାନେ ସେତିକି ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଗତ ଥର ଭଳି ଏଥର ମଧ୍ୟ ମୁକ୍ତାପଶି ପଞ୍ଚାୟତରେ ସରପଞ୍ଚ ପଦ ଏବଂ ସମିତି ପଦ ପାଇଁ ଘମାଘୋଟ ଲଢେଇ ଦେଖିବାକୁ ମିଳୁଅଛି । ଏହି ପଞ୍ଚାୟତରେ ସରପଞ୍ଚ (ମହିଳା) ଆସନ ପାଇଁ ସସ୍ମିତା ସାହୁଙ୍କ ସହିତ ମିଲିରାଣୀ ବିଶ୍ୱାଳ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ସାହୁ ଏବଂ ମିଲିରାଣୀ ବିଶ୍ୱାଳ ନିଜ ନିଜ ସମର୍ଥକ ମାନଙ୍କ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

ସେହିପରି ଏହି ପଞ୍ଚାୟତରୁ ସମିତି ସଭ୍ୟ (ଅଣସଂରକ୍ଷିତ) ପଦ ପାଇଁ ବାବୁଲା ବିଶ୍ୱାଳ, ରମେଶ ବିଶ୍ୱାଳ ଏବଂ ବର୍ତ୍ତମାନର ସରପଞ୍ଚ ରଞ୍ଜନ କୁମାର ସେଠୀ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି । ଏମାନେ ମଧ୍ୟ ନିଜ ନିଜ ସମର୍ଥକ ମାନଙ୍କ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଏହି ପଞ୍ଚାୟତରେ ରହିଥିବା 11ଟି ୱାର୍ଡ ମଧ୍ୟରେ 1373 ପୁରୁଷ ଓ 1308 ମହିଳା ଏବଂ ଅନ୍ୟାନ୍ୟ ଜଣଙ୍କୁ ମିଶାଇ ମୋଟ 2681 ଭୋଟର ରହିଛନ୍ତି ।

ସୂଚନା ଥାଉ କି- ଏଥର ନିର୍ବାଚନ ମୈଦାନରେ ଠିଆ ହୋଇଥିବା ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ସାହୁ ହେଉଛନ୍ତି ପୁର୍ବତନ ସରପଞ୍ଚ ଗିରିଧାରୀ ସାହୁଙ୍କ ଭାଇ ବୋହୂ । ଅନ୍ୟ ପକ୍ଷରେ ଆଉ ଜଣେ ହେଉଛନ୍ତି ସମାଜସେବୀ ଶ୍ରବଣ କୁମାର ସାହୁଙ୍କ ଧର୍ମ ପତ୍ନୀ ମିଲିରାଣୀ ବିଶ୍ୱାଳ ସରପଞ୍ଚ ପ୍ରାର୍ଥୀନୀ ଭାବରେ ଠିଆ ହୋଇଛନ୍ତି ।

ଉଲ୍ଲେଖ ଥାଉ କି, ଏହି ପଞ୍ଚାୟତରୁ 1992ରେ ଅନ୍ତର୍ଯ୍ୟାମୀ ସାହୁ (ସରପଞ୍ଚ) ଏବଂ ନିବାରଣ ବିଶ୍ୱାଳ (ସମିତି ସଭ୍ୟ), 1997ରେ ପୁଷ୍ପାଞ୍ଜଳୀ ପରିଡା (ସରପଞ୍ଚ) ଏବଂ ଅନ୍ତର୍ଯ୍ୟାମୀ ସାହୁ (ସମିତି ସଭ୍ୟ), 2002ରେ ପ୍ରେମାନନ୍ଦ ସାହୁ (ସରପଞ୍ଚ) ଏବଂ ଜୟନ୍ତୀ ସାହୁ (ସମିତି ସଭ୍ୟ), 2007ରେ ଗିରିଧାରୀ ସାହୁ (ସରପଞ୍ଚ) ଏବଂ ନରୋତ୍ତମ ସାହୁ (ସମିତି ସଭ୍ୟ), 2012 ଲତା ପ୍ରଧାନ (ସରପଞ୍ଚ) ଏବଂ ସର୍ବେଶ୍ୱର ବିଶ୍ୱାଳ (ସମିତି ସଭ୍ୟ), 2017ରେ ରଞ୍ଜନ କୁମାର ସେଠୀ (ସରପଞ୍ଚ) ଏବଂ ଜ୍ୟୋତିର୍ମୟୀ ବେହେରା (ସମିତି ସଭ୍ୟ) ଭାବେ ନିର୍ବାଚିତ ହୋଇଥିଲେ ।

ତେବେ ଏଥର କୋଭିଡ କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ହେଉଅଛି । କେବଳ ଘରକୁ ଘର ବୁଲି ପ୍ରାର୍ଥୀମାନେ ପ୍ରଚାର କରିପାରିବେ । ତେବେ ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ଏଣିକି 5ଜଣ ବଦଳରେ 20 ଜଣଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ । ଠିକ୍ ସେହିପରି 3ଶହ ଲୋକଙ୍କୁ ନେଇ ରାଜନୈତିକ ସଭା କରାଯାଇ ପାରିବ । ତେବେ ପ୍ରଚାର ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଭଳି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୂର୍ବଭଳି କଟକଣା ଜାରି ରହିଛି । ହାତରେ ସମୟ କମ୍ ଥିବାରୁ ଏବେ ସବୁ ରାଜନୈତିକ ଦଳମାନେ ନିଜ ନିଜର ସମର୍ଥିତ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ମୈଦାନକୁ ଓଲ୍ହାଇ ସାରିଛନ୍ତି ।

The post ପଞ୍ଚାୟତ ନିର୍ବାଚନ: ମୁକ୍ତାପଶିରେ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଚଳାଇଛନ୍ତି ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ appeared first on Truthink.