ବିଜୟଶ୍ରୀ ରାଉତରାୟ Archives - Truthink

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ 67 ବର୍ଷ ବୟସରେ ପରଲୋକ । ତାଙ୍କର ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ଜଟିଳତା ଯ଼ୋଗୁଁ ସେ ଚିକିତ୍ସିତ ହେଉଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟଙ୍କ ପୁତ୍ର ହେଉଛନ୍ତି ବିଜୟଶ୍ରୀ ରାଉତରାୟ ।

ଭଦ୍ରକ ଜିଲ୍ଲାର ବାସୁଦେବପୁରରୁ 6 ଥର ବିଧାୟକଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟ, ରାଜସ୍ବ, ଜଙ୍ଗଲ ଓ ପରିବେଶ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀଭାବେ କାର୍ୟ୍ୟ କରିଥିଲେ ।

ସେ ଜନତା ଦଳ ଟିକେଟରୁ ଦୁଇଥର 1990 ଓ 1995 ଏବଂ ବିଜୁ ଜନତା ଦଳ ଟିକେଟରୁ ଚାରିଥର 2000,2004,2009 ଓ 2014 ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିବା ଶ୍ରୀ ରାଉତରାୟ ବିଜେଡ଼ିର କେତେକ ଜଣ ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।

1953 ମସିହା ଜୁଲାଇ 28ରେ ଜନ୍ମ ଗ୍ରହଣ କରିଥିବା ବିଜେଡିର ଏହି ପୁରୁଖା ନେତା ସରକାରରେ ଅନେକ ବିଭାଗରେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ବାର୍ଦ୍ଧକ୍ୟ ଏବଂ ଅସୁସ୍ଥତା କାରଣରୁ 2019ରେ ନିର୍ବାଚନରୁ ସନ୍ନ୍ୟାସ ନେଇଥିଲେ ।

ବିଜୟଶ୍ରୀଙ୍କ ପରଲୋକରେ ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ଚିର ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 2, 2021

Shocked & deeply saddened by the passing of former Odisha minister Shri Bijayshree Routray. Son of late CM Nilamani Routray Ji, he was a brilliant student before dedicating himself to public life. We knew & liked each other well. Condolences to his family & followers.
Om Shanti
— Baijayant Jay Panda (@PandaJay) June 2, 2021

The post ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ appeared first on Truthink.