ଭୁମି ପେଡନେକର Archives - Truthink

କେବଳ ଜ୍ୟାକଲିନ ନୁହଁନ୍ତି ସାରା ଅଲି, ଜାହ୍ନବୀ ଏବଂ ଭୁମି ମଧ୍ୟ ମହାଠକର ମହଙ୍ଗା ଉପହାର ଟାର୍ଗେଟରେ ଥିଲେ
ମୁମ୍ବାଇ : ଦେଶର ସବୁଠୁ ବଡ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଜେଲ ଭିତରୁ କୋଟି ଟଙ୍କା ପୁନରୁଦ୍ଧାର ମାମଲାରେ ଇଡି ଆଉ ଏକ ବଡ ଖୁଲାସା କରିଛି । ଇଡିର ଅନୁସନ୍ଧାନରୁ ଜଣାପଡିଛି ଯେ ସୁକେଶ ଚନ୍ଦ୍ରଶେଖର ଭୁମି ପେଡନେକର, ସାରା ଅଲି ଖାନ ଏବଂ ଜାହ୍ନବୀ କପୁରଙ୍କ ପରି ଅନ୍ୟ ଅଭିନେତ୍ରୀଙ୍କୁ ପିଙ୍କି ଇରାନୀ ମାଧ୍ୟମରେ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ଏଥିପାଇଁ ଅଭିନେତ୍ରୀମାନଙ୍କୁ ମହଙ୍ଗା ଉପହାର ପଠାଯାଇଥିଲା, ଯେଉଁଥିରେ କିଛି ଉପହାର ନେଇଥିଲେ ଏବଂ କିଛି ନେଇ ନଥିଲେ ।

ଇଡି ପଚରାଉଚରା ବେଳେ ସୁକେଶ ସାରା, ଜାହ୍ନବୀ ଏବଂ ଭୂମିଙ୍କ ନାଁ ନେଇଛି। ମେ’ 2021ରେ ସାରା ଅଲ୍ଲି ଖାନ୍‌ଙ୍କୁ ସୁକେଶ ଟାର୍ଗେଟ୍‌ କରିଥିଲା। ମେ’ 21 ତାରିଖ ଦିନ ଅଭିନେତ୍ରୀ ସାରାଙ୍କୁ ହ୍ୱାଟସ୍‌ଆପ୍‌ ମେସେଜ ପଠାଇଥିଲା ସୁକେଶ। ଏହି ମେସେଜରେ ସୁକେଶ ନିଜକୁ ସୁରଜ ରେଡ୍ଡି ଭାବେ ପରିଚୟ ଦେଇଥିଲା। ଏହି ମେସେଜ ଜରିଆରେ ସୁକେଶ ପାରିବାରିକ ରୂପେ ଏକ କାର୍‌ ଉପହାର ସ୍ୱରୂପ ଦେବାକୁ ଚାହୁଁଥିବା ସାରାଙ୍କୁ କହିଥିଲା। ଏଥିସହ ସୁକେଶଙ୍କ ସିଇଓ ମିସେସ୍‌ ଇରାନୀ ତଥା ବହୁଥର ସାରାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ସଫଳ ହୋଇ ପାରିନଥିଲା ।

ସୁକେଶ ଲଗାତର ସାରା ଅଲ୍ଲି ଖାନଙ୍କୁ ମେଜେସ କରିଥିଲା । ତାଙ୍କୁ ଦାମୀ ଗିଫ୍ଟ ମଧ୍ୟ ଅଫର କରିଥିଲା। ସାରା ଅଲ୍ଲି ଖାନ୍‌ଙ୍କୁ ଏବେ ଇଡି ଏହି ସବୁ ଗିଫ୍ଟକୁ ନେଇ ପଚରାଉଚରା କରିଛି। ସାରା 14 ଜାନୁଆରୀ 2022ରେ ଇଡିକୁ ଏକ ଚିଠି ଲେଖି ପଠାଇଥିଲେ । ଏଥିରେ ସେ ସୁକେଶ ଠାରୁ କୌଣସି ବି ଗିଫ୍ଟ ନେବାକୁ ମନା କରିଥିବା ଉଲ୍ଲେଖ କରିଥିଲେ । ସୁକେଶ ଠାରୁ କେବଳ ଏକ ଚକୋଲେଟ୍‌ ବାକ୍ସ ପଠାଇବା ପାଇଁ କହିଥିଲେ । ଏହାପରେ ସୁକେଶ ଚକୋଲେଟ୍‌ ବାକ୍ସ ସହ ଫ୍ରାଙ୍କ ମଲର୍‌ କମ୍ପାନୀର ଏକ ଦାମୀ ଘଣ୍ଟା ମଧ୍ୟ ଦେଇଥିବା ନେଇ ସାରା ନିଜ ଚିଠିରେ ଉଲ୍ଲେଖ କରିଥିଲେ ।

ସେହିପରି ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ମଧ୍ୟ ସୁକେଶ ନିଜ ପତ୍ନୀ ଲିନା ମାରିଆ ଜରିଆରେ ଟାର୍ଗେଟ କରିଥିଲା । ଜାହ୍ନବୀକୁ ସୁକେଶଙ୍କ ପତ୍ନୀ 18 ଲକ୍ଷ ଟଙ୍କା ଦେଇଥିବା ଇଡି କହିଛି । ଗତବର୍ଷ ଜୁଲାଇ 19ରେ ଲିନା ମାରିଆ ବେଙ୍ଗାଲୁରୁ ସ୍ଥିତ ଏକ ସେଲୁନର ଇନାଗୁରେଟ୍‌ କରିବା ପାଇଁ ଜାହ୍ନବୀଙ୍କୁ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ଜାହ୍ନବୀଙ୍କୁ 18.94 ଲକ୍ଷ ଟଙ୍କା ଫି ଦେଇଥିଲେ ସୁକେଶଙ୍କ ପତ୍ନୀ । ଏନେଇ ଇଡି ଆଗରେ ଜାହ୍ନବୀ ଖୁଲାସା କରିଛନ୍ତି । ସେ କହିଛନ୍ତି ଏହି ଟଙ୍କା ବ୍ୟତୀତୀ ଲିନାଙ୍କ ମା’ ତାଙ୍କୁ ଇଭେଣ୍ଟ ବେଳେ ଏକ କ୍ରିଶ୍ଚିଅନ୍‌ ଡିୟାରର ଟୋଟ ବ୍ୟାଗ୍‌ ମଧ୍ୟ ଗିଫ୍ଟ କରିଥିଲେ ।

ସେହିପରି ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଭୂମି ପେଡନେକରଙ୍କୁ ମଧ୍ୟ ଟାର୍ଗେଟ କରିଥିଲା । ପିଙ୍କି ଇରାନୀ ଭୂମିଙ୍କୁ ଆପ୍ରୋଚ କରିଥିଲେ । ପିଙ୍କି ନିଜ ପରିଚୟ ଜଣେ ଏଚ୍‌ଆର୍‌ ରୂପେ ଭୂମିଙ୍କୁ ଦେଇଥିଲେ । ଜାନୁଆରୀ ୨୦୨୧ରେ ପିଙ୍କି ଭୂମିକୁ କହିଥିଲେ ତାଙ୍କ କମ୍ପାନୀର ଗ୍ରୁପ ଚେଆରମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ତାଙ୍କର ଜଣେ ବଡ ଫ୍ୟାନ୍‌ । ସେ ତାଙ୍କ ସହ ଏକ ବଡ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ଚାହୁଁଛନ୍ତି । ଏଥିସହ ସୁକେଶ ତାଙ୍କୁ ମେସେଜ୍ କରି ଏକ କାର୍‌ ଗିଫ୍ଟ କରିବାକୁ ନେଇ ଇଡି ଆଗରେ ଭୂମି ଖୁଲାସା କରିଛନ୍ତି । କିନ୍ତୁ ସେ ସୁକେଶ ଠାରୁ କୌଣସି ଗିଫ୍ଟ ନେଇନଥିବା କହିଛନ୍ତି ।

ଇଡି ତଦନ୍ତରୁ ଜଣାପଡିଛି ଯେ, ସୁକେଶ ଚନ୍ଦ୍ରଶେଖର ପିଙ୍କି ଇରାନୀଙ୍କ ମାଧ୍ୟମରେ ଭୂମି ପେଡନେକର, ସାରା ଅଲ୍ଲି ଖାନ୍‌ ଓ ଜାହ୍ନବୀ କପୁରଙ୍କ ଭଳି ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ ଗିଫ୍ଟ ଦେଇ ଫସାଇବା ପାଇଁ ଚେଷ୍ଟା କରିଥିଲା । ସୁକେଶ ଅନେକ ଅଭିନେତ୍ରୀ ଓ ମଡେଲଙ୍କ ଉପରେ 2015 ଠାରୁ ବର୍ତ୍ତମାନ ଯାଏଁ ମୋଟ 20 କୋଟି ଟଙ୍କା ଖର୍ଚ୍ଚ କରିସାରିଛି ।

The post କେବଳ ଜ୍ୟାକଲିନ ନୁହଁନ୍ତି ସାରା ଅଲି, ଜାହ୍ନବୀ ଏବଂ ଭୁମି ମଧ୍ୟ ମହାଠକର ମହଙ୍ଗା ଉପହାର ଟାର୍ଗେଟରେ ଥିଲେ appeared first on Truthink.