ମଲ୍ଲିକାର୍ଜୁନ ଖଡ୍‌ଗେ Archives - Truthink

ଓଡ଼ିଶା ବଞ୍ଚାଅ ସମାବେଶ: ଖଡ୍‌ଗେଙ୍କ ଟାର୍ଗେଟରେ ଉଭୟ ବିଜେପି-ବିଜେଡି
ଏଆଇସିସି ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ଏହା ଥିଲା ଶ୍ରୀ ଖଡ୍‌ଗେଙ୍କର ପ୍ରଥମ ଓଡ଼ିଶା ଗସ୍ତ

ଭୁବନେଶ୍ବର: ସୋମବାର ରାଜ୍ୟ କଂଗ୍ରେସ ପକ୍ଷରୁ ଲୋୟର ପିଏମ୍‌ଜିରେ ଆୟୋଜିତ ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଖଡ୍‌ଗେ କହିଥିଲେକି, ଓଡ଼ିଶାରେ ଯେଉଁ ସରକାର ଚାଲିଛି ତାହା ଧନୀ ଲୋକଙ୍କ ସରକାର । ମୋଦୀ-ପଟ୍ଟନାୟକ ମିଳିମିଶି ଲୋକଙ୍କ ଜୀବନରେ ଖୁସି ଆଣିବା ବଦଳରେ ଓଡ଼ିଶାର ଲୋକଙ୍କ ଜୀବନରେ ଦୁଃଖ ଆଣିଛନ୍ତି । ଓଡ଼ିଶାର ବହୁ ଯୁବକଯୁବତୀ ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ଓ ଅନ୍ୟ ରାଜ୍ୟକୁ କାମଧନ୍ଦା ପାଇଁ ଯାଉଛନ୍ତି । ଏ କଥା କ’ଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଯାଉନି? ସେମାନେ ଗରିବ ହୋଇଥିବାରୁ ସେମାନଙ୍କ କଥା କେହି କହୁନାହାନ୍ତି । କିନ୍ତୁ ଅମ୍ବାନି, ଆଦାନି, ଟାଟା ଓ ବିର୍ଲାଙ୍କ କଥା କହୁଛନ୍ତି । ତେଣୁ ଏ ଲଢ଼େଇ ଧନୀ ଓ ଗରିବଙ୍କ ଭିତରେ । କଂଗ୍ରେସ ଗରିବଙ୍କ ସାଥୀରେ ଥିବା ବେଳେ ଏ ଦୁହେଁ ଧନୀଙ୍କ ସାଥୀରେ ରହିଛନ୍ତି ।

କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରି ଶ୍ରୀ ଖଡ୍‌ଗେ କହିଥିଲେ ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶାର ବିଶେଷ ସ୍ଥାନ ଥିଲା । 1964 ମସିହାରେ ଓଡ଼ିଶାରେ କଂଗ୍ରେସର ବଡ଼ ଅଧିବେଶନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ଦଳରୁ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୁ ପଟ୍ଟନାୟକଙ୍କ ପ୍ରଧାନମନ୍ତ୍ରୀ ନେହରୁଙ୍କ ବିଚାରଧାରାକୁ ମାନୁଥିବା ବେଳେ ଆଜିର ପଟ୍ଟନାୟକ ବିଜେପିର ବିଚାରଧାରାକୁ ମାନୁଛନ୍ତି । ତେଣୁ ସେ ପଟ୍ଟନାୟକ ଓ ଆଜିର ପଟ୍ଟନାୟକ ଭିତରେ ବଡ଼ ଫରକ୍ ରହିଛି । ବିଜେପି-ବିଜେଡିର ଭିତିରି ସଂପର୍କ ପାଇଁ କଂଗ୍ରେସ ସେମାନଙ୍କ ବାହାଘର କରିଛି । ହେଲେ ଏ ବିବାହ ହେଉଛି ପ୍ରେମ ବିବାହ ।

ଓଡ଼ିଶାରେ ଯାହା ବି ବିକାଶ ହେଉଛି ତାହା କଂଗ୍ରେସ ଅମଳରେ ହୋଇଛି । ଏବେର ସରକାର ଓଡ଼ିଶା ପାଇଁ କିଛି କରି ନାହାନ୍ତି । ପାରାଦୀପ ବନ୍ଦରଠାରୁ ଆରମ୍ଭ କରି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌, ମଞ୍ଚେଶ୍ବର ରେଳ ଡବା କାରଖାନା ସବୁ କଂଗ୍ରେସ କରିଛି । ହେଲେ ମୋଦୀଜୀ ପଚାରୁଛନ୍ତି କଂଗ୍ରେସ 70ବର୍ଷରେ କରିଛି କ’ଣ? କଂଗ୍ରେସ ସମ୍ବିଧାନକୁ ବଞ୍ଚାଇ ଥିବାରୁ ମୋଦୀ ଆଜି ଏ ପଦରେ ବସି ପାରିଛନ୍ତି । ରାହୁଲ ଗାନ୍ଧୀ ଦେଶକୁ ଏକାଠି ଯୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ଭାଙ୍ଗିବାରେ ଲାଗିଛି । 2କୋଟି ଚାକିରି, ସମସ୍ତଙ୍କ ଆକାଉଣ୍ଟକୁ 15ଲକ୍ଷ ଟଙ୍କା, ଚାଷୀଙ୍କ ଆୟ ଦ୍ବିଗୁଣ କଥା ମୋଦୀ କହିଥିବା ବେଳେ ଏସବୁ ମିଛ ବୋଲି ପ୍ରମାଣିତ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ 35% ଜଳସେଚନ, ଶୀତଳଭଣ୍ଡାର ନିର୍ମାଣ କରିବା କଥା କହିଥିଲେ, କୁଆଡ଼େ ଗଲା? ରାଜ୍ୟର ସବୁ ବିଭାଗରେ ଅନେକ ସରକାରୀ ପଦବି ଖାଲି ପଡ଼ିଛି । ଏସବୁ କେବେ ପୂରଣ ହେବ?

ଶ୍ରୀ ଖଡ୍‌ଗେ କହିଥିଲେ ଏଠାକାର ନେତାମାନଙ୍କର କ’ଣ ଜୀବନ ନାହିଁ? ଆପଣଙ୍କ ପାଖରେ କ’ଣ ଲୋକ ନାହାନ୍ତି, ବାହାରୁ ଲୋକ ଆଣିବାକୁ ପଡ଼ିଲା? ଶ୍ରୀ ଖଡ୍‌ଗେ ଆହୁରି ମଧ୍ୟ କହିଥିଲେ ଯେ ଯଦି ଚଳିତ ନିର୍ବାଚନରେ ମୋଦୀ ପୁନର୍ବାର ନିର୍ବାଚିତ ହୁଅନ୍ତି ତାହେଲେ ଏହା ହେବ ଦେଶର ଶେଷ ନିର୍ବାଚନ । ଦେଶରେ ଆଉ ଗଣତନ୍ତ୍ର ରହିବ ନାହିଁ, ଏକଛତ୍ରବାଦ ଶାସନ ଚାଲିବ । ‘ଇଣ୍ଡିଆ’ ମେଣ୍ଟର ଜଣେ ସଦସ୍ୟ ଛାଡ଼ି ଚାଲିଗଲେ ବି ମେଣ୍ଟ ଭାଙ୍ଗି ନାହିଁ । ସମସ୍ତେ ମିଳିମିଶି ବିଜେପିକୁ ଶାସନରୁ ହଟାଇବାକୁ ସେ ଆହ୍ବାନ କରିଥିଲେ । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଥିଲେ, ଦିନ ଦ୍ବିପ୍ରହରରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ହେ‌ଲେ ଆଜି ପର୍ଯ୍ୟନ୍ତ କେହି ଧରା ପଡ଼ିଲେ ନାହିଁ । ବିଜେପି-ବିଜେଡିର ଚାଲିଥିବା ଚୋରାପୀରତିକୁ କଂଗ୍ରେସ ବିବାହର ରୂପ ଦେଇଛି । କଂଗ୍ରେସ ସରକାର ସମୟରେ ଯେଉଁ ସବୁ କାମ ହୋଇଛି ତାହାକୁ ଲୋକମାନଙ୍କୁ ଜଣାଇବାକୁ ହେବ । ଦେଶର ସବୁଠାରୁ କମ୍ ରୋଜଗାର ଥିବା ରାଜ୍ୟ ହେଉଛି ଓଡ଼ିଶା । ଏଠାରେ ଲୋକ ମାସକୁ 5ହଜାର ରୋଜଗାର କରୁଥିବା ବେଳେ ଦେଶରେ ଏହା ରହିଛି 10ହଜାର । ଦେଶର ସମ୍ବିଧାନ ଓ ଓଡ଼ିଶାର ଅସ୍ମିତାଙ୍କୁ ବଞ୍ଚାଇବାର ଏହା ହେଉଛି ଲଢ଼େଇ । ବିଜେଡି ସରକାରର ଓଲଟା ଗଣନା ଆରମ୍ଭ ହୋଇଗଲାଣି ବୋଲି ଶ୍ରୀ କୁମାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଏହି ଗସ୍ତ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବିଶାଳ ଆୟୋଜନ କରାଯାଇଥିଲା । ଭୁବ‌ନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଶହ ଶହ କର୍ମୀ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ଆଣିଥିଲେ । ଲୋୟର ପିଏମ୍‌ଜିରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ରାଜ୍ୟରେ ସରକାରରେ ନ ଥାଇ ମଧ୍ୟ ଯେଉଁ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଦଳ ପଛରେ ଠିଆ ହୋଇଛନ୍ତି ଏହା ହେଉଛି କଂଗ୍ରେସର ଶକ୍ତି । 2024 ନିର୍ବାଚନୀ ବର୍ଷରେ ରାଜ୍ୟର ଲୋକମାନେ କଂଗ୍ରେସକୁ ସୁଯୋଗ ଦେବେ । 9ରୁ 90 ମିସନ୍ ସଫଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ବିଜେଡି ଦଳ ନିଜକୁ ଓଡ଼ିଶା ବଳ କହୁଥିଲେ ହେଁ ପ୍ରକୃତରେ ବିଜେଡି ହେଉଛି ଓଡ଼ିଶାର କାଳ । ମୋଦୀ ଦେଶର ବିକାଶ କଥା କହୁଥିବା ବେଳେ ପ୍ରକୃତରେ ପୁଞ୍ଜିପତିମାନଙ୍କର ବିକାଶ ହେଉଛି । ରାମ ମନ୍ଦିର ଓ ଜଗନ୍ନାଥଙ୍କ ନାଁରେ ରାଜନୀତି କରାଯାଉଥିବା ଶ୍ରୀ ପଟ୍ଟନାୟକ କହିଥିଲେ ।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ରାଜ୍ୟରେ ଏବେ ମଦର ବଢ଼ି ପାଣି ବୋହୁଛି । ମଦ ପିଇବାକୁ ଟଙ୍କା ନ ଦେବାରୁ ପୁଅ ମା’କୁ ହତ୍ୟା କରୁଛି। 52ହଜାର ଗାଁରୁ 21ହଜାର ଗାଁରେ ପିଇବା ପାଣି ନାହିଁ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ଦାଶରଥୀ ଗମାଙ୍ଗ, ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ମହମ୍ମଦ ମୋକିମ୍, ଡା. ରାଜନ ଏକ୍କା, ଅଧିରାଜ ପାଣିଗ୍ରାହୀ, ସାଂସଦ ସପ୍ତଗିରି ଉଲ୍ଲାକା, ରାମଚନ୍ଦ୍ର ଖୁଣ୍ଟିଆ, ରମେଶ ରାଉତ, ଗଣେଶ୍ବର ବେହେରା, ବିଜୟ ପଟ୍ଟନାୟକ, ସୁଶୀଳା ତିରିଆ, ଶାହନୱାଜ ଚୌଧୁରୀ, ଖ୍ରୀଷ୍ଟଫର ତିଲକ୍, ବିଶ୍ବରଂଜନ ମହାନ୍ତି, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ମାନସ ଚୌଧୁରୀ, ବିଶ୍ବଜିତ ଦାଶ ଓ ଛାତ୍ର, ଯୁବ, ମହିଳା ଓ ସେବା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ।

The post ଓଡ଼ିଶା ବଞ୍ଚାଅ ସମାବେଶ: ଖଡ୍‌ଗେଙ୍କ ଟାର୍ଗେଟରେ ଉଭୟ ବିଜେପି-ବିଜେଡି appeared first on Truthink.