ମହାବିରୋଡ ରେଞ୍ଜ Archives - Truthink

ଦନ୍ତା ଆକ୍ରମଣରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ନିରୀହ ଜୀବନ
ପରଜଙ୍ଗ : ଦନ୍ତା ଆକ୍ରମଣରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ନିରୀହ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ କାର୍ଯ୍ୟାଳୟ ଅଧୀନସ୍ଥ ଡିହଡୋଳ ଫରେଷ୍ଟ ସେକ୍ସନରେ । ମହାବିରୋଡ ରେଞ୍ଜରେ ଲଗାତାର 2ଦିନରେ 2ଟି ନିରୀହ ଜୀବନ ଦନ୍ତା ନେଇସାରିଲାଣି । କହିରଖୁଛି କି, ଏହାର 1 ମାସ ପୂର୍ବରୁ ମଧ୍ୟ ଉକ୍ତ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ କେବଳ ଗୋଟିଏ ଦିନରେ ଖାଲପାଳ ଗ୍ରାମର ଦଳିତ ସାହିର ଜନୈକ ବ୍ୟକ୍ତି ଓ ପରଜଙ୍ଗ ଗଣ୍ଡତଇଳା ଫାର୍ମ ହାଉସରେ ଜଣେ ମହିଳାଙ୍କ ପ୍ରାଣ ନେଇଥିଲା ଦନ୍ତା ।

ସୂଚନା ଅନୁଯାୟୀ, ଏପରି ସ୍ଥଳେ ବୁଧବାର କୁଟୁରିଆ ପଞ୍ଚାୟତ ଗୋଳାଗାଡିଆ ଗ୍ରାମର ଜନୈକ ବ୍ୟକ୍ତି ଛେଳି ଚରାଇ ସନ୍ଧ୍ୟା ସମୟରେ ଛେଳି ଧରି ଘରକୁ ଫେରିବା ବାଟରେ ଦନ୍ତା ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ବେଳେ ଗୁରୁବାର ସକାଳ ସାଢେ଼ ଆଠଟା ସମୟରେ ଡିହଡୋଳ ଫରେଷ୍ଟ ସେକ୍ସନ ବାରିହାପୁର ପଞ୍ଚାୟତ ସନ୍ତିରି ସାହିର ପବିତ୍ର ମାଝୀଙ୍କ ଧର୍ମପତ୍ନୀ ଅଘରୀ ମାଝୀ (63) ବର୍ଷ ସାହି ନିକଟସ୍ଥ ଏକ ପୋଖରୀକୁ ନିତ୍ୟକର୍ମ କରିବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହୋଇ ଥିଲେ । ଯାହା ପରେକି ଘଟଣା ସ୍ଥଳରେ ଅଘରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ସାହିର ଅନ୍ୟ ଲୋକମାନେ ଦେଖି ସଙ୍ଗେ ସଙ୍ଗେ ପାଟି କରିବାରୁ ଦନ୍ତାଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲା । ଏହା ପରେ ସାହିପଡୋଶି ଓ ପରିବାର ଲୋକ ପହଞ୍ଚି ଏ ସମ୍ବନ୍ଧେ ବନ ବିଭାଗକୁ ଜଣାଇଥିଲେ । ଖବର ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ଏସମ୍ପର୍କରେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାହିର ବାସିନ୍ଦାମାନେ ଦାବୀ କରିଛନ୍ତି ।

The post ଦନ୍ତା ଆକ୍ରମଣରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ନିରୀହ ଜୀବନ appeared first on Truthink.