ମହାଶିବରାତ୍ରି Archives - Truthink

ମହାଶିବରାତ୍ରିରେ କେଉଁ ଜିନିଷ ଦାନ କରିବା ଦ୍ଵାରା ଜୀବନରେ ମିଳିଥାଏ ସୁଖ ?
ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ପ୍ରତିବର୍ଷ ଫାଲ୍‌ଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ମହା ଆଡମ୍ବରରେ ପାଳିତ ହୁଏ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ। ତାଙ୍କ ଉଦ୍ଦେଶ୍ୟରେ ଉପବାସ ରଖାଯାଏ । ଏହି ଦିନରେ ଭଗବାନ ଶିବଙ୍କ ପୂଜା ଏବଂ ଉପବାସ କରିବା ଦ୍ୱାରା ଜୀବନରେ ସୁଖ ଆସିଥାଏ ଏବଂ ଦୁଃଖ ଦୂର ହୋଇଥାଏ । ତେବେ ଆପଣ ଜାଣନ୍ତି କି ଏହି ଦିନରେ ଦାନର ମଧ୍ୟ ବହୁତ ଗୁରୁତ୍ୱ ରହିଛି ।

ହିନ୍ଦୁଧର୍ମର ବିଶ୍ୱାସ ଅନୁସାରେ, ମହାଶିବରାତ୍ରି ଦିନ ଭଗବାନ ଶିବଙ୍କ ପୂଜା ଏବଂ ଉପବାସ ସହିତ ଦାନ ମଧ୍ୟ କରାଯାଏ । ମହାଶିବରାତ୍ରି ଦିନ କିଛି ଜିନିଷ ଦାନ କରିବା ଦ୍ୱାରା ଭଗବାନ ଶିବ ବହୁତ ଖୁସି ହୋଇଥାନ୍ତି । ଭକ୍ତଙ୍କୁ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ । ଏହି ଦିନ ଦାନ କରିବା ଦ୍ୱାରା ଘରେ ଖାଦ୍ୟ ଏବଂ ଟଙ୍କାର ଅଭାବ ହୁଏ ନାହିଁ । ଆସନ୍ତୁ ଜାଣିବା ଏହି ଦିନ କେଉଁ ଜିନିଷ ଦାନ କରିବା ଉଚିତ:

ମହାଶିବରାତ୍ରି କେବେ?
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଚଳିତ ବର୍ଷ ଫାଲ୍‌ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ଫେବୃଆରୀ 26 ତାରିଖ ସକାଳ 11:08 ରୁ ଆରମ୍ଭ ହୋଇ 27 ଫେବୃଆରୀ ସକାଳ 8:54 ରେ ଶେଷ ହେବ । ଏଣୁ ଏହି ବର୍ଷ ମହାଶିବରାତ୍ରି 26 ଫେବୃଆରୀରେ ପାଳନ କରାଯିବ ।

ଏହି ଜିନିଷଗୁଡିକୁ ଦାନ କରନ୍ତୁ:
ପୋଷାକ ଦାନ: ମହାଶିବରାତ୍ରିରେ ଗରିବ ଏବଂ ଅସହାୟ ଲୋକଙ୍କୁ ପୋଷାକ ଦାନ କରିବା ଉଚିତ । ଏହା କରିବା ଦ୍ୱାରା ମହାଦେବ ଖୁସି ହୁଅନ୍ତି ଏବଂ ଆମେ ତାଙ୍କର ଆଶୀର୍ବାଦ ପାଇଥାଉ। ବିଶ୍ୱାସ ଅନୁସାରେ ଏହି ଦିନ ପୋଷାକ ଦାନ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ଉନ୍ନତି ହୁଏ । ଘରକୁ ଧନ ଆସିଥାଏ ।

ଜଳ ଦାନ: ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ଜଳାଭିଷେକ କରାଯାଏ । ଏହି ଦିନ ଜଳ ଅର୍ପଣ କରିବା ଦ୍ୱାରା ପୁଣ୍ୟ ମିଳିଥାଏ । ଶାସ୍ତ୍ରରେ, ପିଇବାକୁ ପାଣି ଦେବା ଏବଂ ଦାନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

ଘିଅ ଦାନ- ମହାଶିବରାତ୍ରି ଦିନ ଗାଈ କ୍ଷୀରରୁ ତିଆରି ଘିଅ ଦାନ କରିବା ଉଚିତ । ଏହା ଘରୁ ଦାରିଦ୍ର୍ୟ ଦୂର କରେ ବୋଲି ବିଶ୍ୱାସ କରାଯାଏ । ଏହା ସହିତ ଜ୍ଞାନ ଏବଂ ବୁଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ ।

କଞ୍ଚା କ୍ଷୀର ଦାନ: ମହାଶିବରାତ୍ରି ଦିନ କଞ୍ଚା ଗାଈ କ୍ଷୀର ଦାନ କରିବା ଉଚିତ। ଏହି ଦିନ କଞ୍ଚା କ୍ଷୀର ଦାନ କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଏହାକୁ ଦାନ କରିବା ଦ୍ୱାରା, ରାଶିର କୁଣ୍ଡଳୀରେ ଚନ୍ଦ୍ର ମଧ୍ୟ ଶକ୍ତିଶାଳୀ ହୋଇଥାନ୍ତି ।

The post ମହାଶିବରାତ୍ରିରେ କେଉଁ ଜିନିଷ ଦାନ କରିବା ଦ୍ଵାରା ଜୀବନରେ ମିଳିଥାଏ ସୁଖ ? appeared first on Truthink.