ରାମାୟଣ ସପ୍ତାଙ୍ଗ ପାଠ Archives - Truthink

ମୁକ୍ତାପସି: ରାମାୟଣ ସପ୍ତାଙ୍ଗ ପାଠ ଉଦଯାପନ ହୋଇଯାଇଛି
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସି ଗ୍ରାମରେ ରାମାୟଣ ସପ୍ତାଙ୍ଗ ପାଠ ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଉଦଯାପନ ହୋଇଯାଇଅଛି । ଏହା ଭାଦ୍ରବ ପୁର୍ଣିମା ଯଥା ଭାଗବତ ଜନ୍ମ ଦିନ ଠାରୁ ଆରମ୍ଭ ହୋଇ ସାତ ଦିନ ପର୍ଯ୍ୟନ୍ତ ରାମାୟଣ ପାଠ କରାଯାଇଥାଏ । ଏହି ସପ୍ତାଙ୍ଗ ରାମାୟଣ ପାଠରେ କ୍ଷେତ୍ରବାସୀଙ୍କ ରାମାୟଣ ଲେଖାକୁ ପଠନ କରାଯାଇଥାଏ । ରାମାୟଣ ଅନେକ କବିଙ୍କ ଦ୍ୱାରା ଲେଖାଯାଇଅଛି, କିନ୍ତୁ ରାମାୟଣ ଗ୍ରନ୍ଥର ମୂଳ କବି ହେଉଛନ୍ତି ବାଲ୍ମୀକି । ଏଥିରେ ଅନ୍ୟ ରାମାୟଣ ଭଳି ଏହାକୁ ମଧ୍ୟ ସାତ ଖଣ୍ଡରେ ବିଭକ୍ତ କରାଯାଇଅଛି । ଯଥା- ଆଦ୍ୟକାଣ୍ଡ, ଅଯୋଧ୍ୟାକାଣ୍ଡ, ଅରଣ୍ୟକାଣ୍ଡ, କିଷ୍କିନ୍ଦ୍ୟା କାଣ୍ଡ, ସୁନ୍ଦରା କାଣ୍ଡ, ଲଙ୍କା କାଣ୍ଡ ଓ ଉତ୍ତରା କାଣ୍ଡ ।

ସୂଚନା ମୁତାବକ, ଏହି ଗ୍ରାମରେ ଅନୁଷ୍ଠିତ ହେଉଥିବା ରାମାୟଣ ସପ୍ତାଙ୍ଗ ପାଠ 56 ବର୍ଷ ହେବ ପ୍ରତେକ ବର୍ଷ ଅନୁଷ୍ଠିତ ହେଉଅଛି । ଏହା ପ୍ରଥମେ ଗ୍ରାମର କିଛି ଭଗବତ ପ୍ରେମୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ବୋଲି କୁହାଯାଏ । ଏହାର ଏକ ସ୍ୱତନ୍ତ୍ର କମିଟି ରହିଛି, ଯେଉଁ କମିଟିରେ ବ୍ରତିମାନେ ହିଁ ରହିଥାନ୍ତି । ଯେଉଁ ବ୍ରତିମାନେ ହିଁ ଦିବା ନିଶି 24 ଘଣ୍ଟା ରାମାୟଣ ପାଠ ପଢ଼ିଥାନ୍ତି । ଏଥିରେ ସାତ ଦିନରେ ସାତ ଖଣ୍ଡ ରାମାୟଣ ବହିକୁ ପଢି ଶେଷ କରିବାକୁ ପଡିଥାଏ ।

ଏହା ଭିତରେ ତିନି ବେଳା ଅର୍ଥାତ ସକାଳ, ମଧ୍ୟାନ ଓ ସନ୍ଧ୍ୟା ସମୟରେ ସାତ ଦିନ ନାମ ସଂକୀର୍ତନ ସହ ଠାକୁରଙ୍କ ପାଖରେ ଭୋଗ ଲାଗିଥାଏ । ବିଶେଷ କରି ସନ୍ଧ୍ୟା ସମୟରେ ଗ୍ରାମର ପ୍ରତେକ ସଂକୀର୍ତନ ମଣ୍ଡଳୀ ଆସି ଏହି ସାତ ଦିନ ମୁକ୍ତି ମଣ୍ଡପ ଚାରି ପାଖରେ ବୁଲି ବୁଲି ସଂକୀର୍ତନ କରିବା ପରେ ବୈଠକି କୀର୍ତନ ଏବଂ ଠାକୁରଙ୍କ ପାଖରେ ଆରତୀ ହୋଇଥାଏ । ଏହି ଯଜ୍ଞକୁ ଗ୍ରାମର ପ୍ରତେକ ଘରୁ ଭୋଗ ଆସିଥାଏ ।

ଏହି ସାତ ଖଣ୍ଡ ରାମାୟଣର ସଂକ୍ଷିପ୍ତ ବ୍ୟାଖ୍ୟା
ଆଦ୍ୟକାଣ୍ଡ- ଆଦ୍ୟକାଣ୍ଡରେ ପ୍ରଭୁ ଶ୍ରୀରାଙ୍କ ଜନ୍ମ ବୃତ୍ତାନ୍ତ ଖେଳାଳୀଳା ରହିଅଛି ।

ଅଯୋଧ୍ୟାକାଣ୍ଡ- ଅଯୋଧ୍ୟାକାଣ୍ଡରେ ମଂଥରା ଠାରୁ ଆରମ୍ଭ କରି ପ୍ରଭୁ ରାମଚନ୍ଦ୍ର କିଭଳି ଭାବରେ ରାତି ପହିଲେ ରାଜା ହୋଇଥାନ୍ତେ, ପ୍ରଭୁ ରାଜା ନହୋଇ କିଭଳି ମାତା ସୀତା
ଏବଂ ଭ୍ରାତା ଲକ୍ଷ୍ମଣଙ୍କ ସହିତ ବନବାସ ଗମନ କରିଛନ୍ତି, ଭରତଙ୍କର ଭାତୃ ପ୍ରେମ ଉଦାହରଣ ସହ ଅଯୋଧ୍ୟାକାଣ୍ଡରେ ବର୍ଣ୍ଣିତ ହୋଇଅଛି ।

ଅରଣ୍ୟକାଣ୍ଡ- ଅରଣ୍ୟକାଣ୍ଡରେ ବିଶେଷ କରି ପ୍ରଭୁଙ୍କର ମୁନି ଋଷିମାନଙ୍କ ସହ ଦେଖା ହେବା ଏବଂ ଅସୁର ଅଶୂରୀମାନଙ୍କ କବଳରୁ ମୁନି ଋଷି ମହାତ୍ମାମାନକୁ କିଭଳି ରକ୍ଷା କରିବା, ଏହା ସହ କବନ୍ଧ, ଜଟାୟୁ, ସୀତା ହରଣ ଉପାଖ୍ୟାନ ବର୍ଣ୍ଣିତ ହୋଇଅଛି ।

କିଷ୍କିନ୍ଦ୍ୟା କାଣ୍ଡ- କିଷ୍କିନ୍ଦ୍ୟା କାଣ୍ଡରେ ବାଳି ସୁଗ୍ରୀବ କଥା ବର୍ଣ୍ଣିତ ରହିଅଛି ।

ସୁନ୍ଦରା କାଣ୍ଡ- ସୁନ୍ଦରା କାଣ୍ଡରେ ପ୍ରଭୁ ରାମଚନ୍ଦ୍ରଙ୍କର ହନୁମାନ, ସୁଗ୍ରୀବ, ଜମ୍ବୁବାନଙ୍କ ସହ ଦେଖା ଏବଂ ସେମାନଙ୍କ ସହ ମାତା ସୀତାଙ୍କ ଚୋରି ବିଷୟରେ କଥୋପ କଥନ, ଲଙ୍କା ଦହନ ଓ ହନୁମାନଙ୍କ ଦ୍ୱାରା ମାତା ସୀତାଙ୍କୁ ଠାବ ।

ଲଙ୍କା କାଣ୍ଡ- ଲଙ୍କା କାଣ୍ଡରେ ପ୍ରଭୁ ବିଭୀଷଣଙ୍କ ସହ ମିତ୍ରତା ସ୍ଥାପନ ହୋଇ ରାବଣ, କୁମ୍ଭକର୍ଣ, ଇନ୍ଦ୍ରଜିତ, ଭକ୍ତ ତରଣୀସେନ, ବୀରବାହୁ, ମହିରାବଣ ସମେତ ବହୁ ଅସୁରଙ୍କୁ ବଧ କରି ମାତା ସୀତାଙ୍କୁ ଉଦ୍ଧାର କରିବା ଏବଂ ବିଭୀଷଣଙ୍କୁ ଲଙ୍କାର ରାଜା କରାଇବା ବର୍ଣ୍ଣିତ ରହିଛି ।

ଉତ୍ତରା କାଣ୍ଡ- ଉତ୍ତରା କାଣ୍ଡରେ ରାମଚନ୍ଦ୍ର ରାଜା ହେବା ଠାରୁ ଆରମ୍ଭ କରି ଲବ କୁଶଙ୍କ ଜନ୍ମ ବୃତାନ୍ତ, ମାତା ସୀତା ପାତାଳ ଗମନ, ପ୍ରଭୁ ରାମଚନ୍ଦ୍ରଙ୍କ ସ୍ଵଧାମ ଗମନ ଆଦି ବର୍ଣ୍ଣିତ ରହିଅଛି ।

The post ମୁକ୍ତାପସି: ରାମାୟଣ ସପ୍ତାଙ୍ଗ ପାଠ ଉଦଯାପନ ହୋଇଯାଇଛି appeared first on Truthink.