ସ୍ବାଧୀନତା ସଂଗ୍ରାମୀ ମକର ଦାସ Archives - Truthink

ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ
କେନ୍ଦ୍ରାପଡ଼ା: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ ହୋଇଯାଇଛି । ଶ୍ରୀ ଦାସ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିନ ସମୟ ସକାଳ 6ଟା 40ମିନିଟ୍‌ରେ ପରଲୋକ ଗମନ କରିଛନ୍ତି । ମୃତ୍ୟ ବେଳକୁ ଶ୍ରୀ ଦାସଙ୍କୁ 99ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁ ବେଳକୁ ନିକଟରେ ତିନି ପୁଅ-ବୋହୂ ଓ ନାତିନାତୁଣୀମାନେ ଉପସ୍ଥିତ ରହିଥିଲେ ।

ଗଲା 22 ଦିନ କାଳ ବଡ଼ ମେଡିକାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରି ଆସୁଥିବା ଏହି ବର୍ଷୀୟାନ୍ ସଂଗ୍ରାମୀଙ୍କୁ ଆଜି ପରଲୋକ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ୍‌ ବସପୁର ପଞ୍ଚାୟତ ହାଟବାଣପୁରସ୍ଥିତ ବାସଭବନକୁ ଅଣାଯାଇଥିଲା ଏବଂ ସେଠାରେ ତାଙ୍କ ମୃତଦେହ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା ।

ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରାଶାସନିକ ଅଧିକାରୀ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ସୂଚନା ମୁତାବକ, 1924 ମେ 11 ତାରିଖରେ ଡେରାବିଶର ହାଟବାଣପୁର ଗାଁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦାସ ବାର୍ଦ୍ଧକ୍ୟଜନିତ କାରଣରୁ ଚଳିତ ଅଗଷ୍ଟ 1ତାରିଖରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତି କରାଯାଇଥିଲା ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ 9 ତାରିଖ କ୍ରାନ୍ତି ଦିବସରେ ତାଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ମାତ୍ର 10ବର୍ଷ ବୟସରୁ ଶ୍ରୀ ଦାସ ସ୍ବାଧୀନତା ସଂଗ୍ରାମରେ ସାମିଲ୍‌ ହୋଇଥିଲେ ।

1934 ମସିହା ମେ 26 ତାରିଖରେ ସଲାରୋ ମଠ ଠାରେ ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରାରେ ସାମିଲ୍‌ ହୋଇ ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ । 1942 ମସିହା ଭାରତ ଛାଡ଼ ଆନ୍ଦୋଳନରେ ସେ ଇଂରେଜ ସରକାରଙ୍କ ବିରୋଧରେ କେନ୍ଦ୍ରାପଡ଼ା କୋର୍ଟ ନିକଟରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ ।

ଶ୍ରୀ ଦାସଙ୍କ ମରଶରୀରକୁ ଆଜି ଏକ ସୁସଜ୍ଜିତ ଗାଡ଼ିରେ ହାଟବାଣପୁରସ୍ଥିତ ବାସଭବନକୁ ଅଣାଯାଇଥିଲା । ପୁଲିସ ଫୋର୍ସ ସ୍ବର୍ଗତ ଦାସଙ୍କୁ ଗାର୍ଡ ଅଫ୍ ଅନର ଜଣାଇବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ଼ପୁଅ ଅବସରପ୍ରାପ୍ତ ଶିକ୍ଷକ ପଂଚାନନ ଦାସ ମୁଖାଗ୍ନି ଦେଇଥିଲେ ।

The post ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ appeared first on Truthink.