ହୀରାକୁଦ ଜଳଭଣ୍ଡାର Archives - Truthink

ହୀରାକୁଦ ଜଳ ଭଣ୍ଡାରର 34 ଗେଟ ଦେଇ ଖସୁଛି ଜଳ, ବନ୍ୟା ଆଶଙ୍କାରେ ତଳିଆ ବାସୀ
ଭୁବନେଶ୍ବର : ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡିଶା । ଅତ୍ୟଧିକ ବର୍ଷା କାରଣରୁ ଫୁଲୁଅଛି ନଦୀ ଗର୍ଭ । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି ।‌ ଜଳଭଣ୍ଡାରେ ଯେତିକି ଜଳ ରହିବା କଥା, ତା’ଠାରୁ ଅଧିକ ପାଣିକୁ ନିଷ୍କାସିତ କରାଯାଉଛି । ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଠାରୁ 34ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ବାମ ପାର୍ଶ୍ବରୁ 26ଟି ଓ ଦକ୍ଷିଣ ପାର୍ଶ୍ବରୁ 8ଟି ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା 6ଟାରେ ଡ୍ୟାମ୍‌କୁ ହାରାହାରି 7,35,187 କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା । ସେହିପରି ଜଳଭଣ୍ଡାରରୁ ବିଭିନ୍ନ ରାସ୍ତାରେ 5,63,573 କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ଏଥିରୁ ସ୍ଲିପୱେ ମାଧ୍ୟମରେ 5,25,028 କ୍ୟୁସେକ, ପାୱାର ଚେନାଲରେ 35,872 କ୍ୟୁସେକ, ଚାଷପାଇଁ କେନାଲରେ 2421 କ୍ୟୁସେକ, ବିଏମ୍‌ସ ମାଧ୍ୟମରେ 2200 କ୍ୟୁସେକ, ଏସଏମ୍‌ସି ପାଇଁ 200 କ୍ୟୁସେକ, ସମ୍ବଲପୁର ପାଇଁ 21 କ୍ୟୁସେକ, ଶିଳ୍ପ ପାଇଁ ୨252 କ୍ୟୁସେକ ଜଳ ନିଷ୍କାସିତ ହେଉଥିଲ ।

ତେବେ ହୀରାକୁଦ ଜଳଭଣ୍ଡାରରୁ 34ଟି‌ ଗେଟ୍‌ ମାଧ୍ୟମରେ ମହାନଦୀକୁ 5,60,900 କ୍ୟୁସେକ ଜଳ ଛଡ଼ାଯିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଚିନ୍ତା ବଢ଼ିଛି । କାରଣ ହୀରାକୁଦ ତଳିଆ ଅଞ୍ଚଳରେ ଜିରା, ସୁକତେଲ, ତେଲ, ବାଘ ଆଦି ପ୍ରମୁଖ ନଦୀର ଜଳ ପ୍ରବାହିତ ହେଉଥିବାରୁ ଲୋକଙ୍କୁ ଏବେ ବନ୍ୟା ଚିନ୍ତା ଘାରିଛି ।

ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, କଟକ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର କୂଳରେ ବସବାସ କରୁଥିବା ଜନବସତିକୁ ଏବେ ଭାଲୋଣି ପଡ଼ିଛି । କାରଣ ଛତିଶଗଡ଼ରୁ ଯଦି ବର୍ଷା ଜଳ ଅଧିକ ଆସେ, ତାହେଲେ ହୀରାକୁଦ ଡ୍ୟାମରୁ ଅଧିକ ଗେଟ୍‌ ଖୋଲାଯିବ ।

ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ଆଉ କିଛି ସ୍ଥାନରେ ନଦୀ ଜଳସ୍ତର ବଢୁଥିବାରୁ ବିଭିନ୍ନ ଗାଁ ଗୁଡିକରେ ଜଳପଶି ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସମ୍ବଲପୁରରେ ହୀରାକୁଦ କଲୋନିରେ 3 ଫୁଟ ପାଣି ରହିଛି । ଏଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇ ରିଲିଫ ଯୋଗାଇ ଦିଆଯାଉଛି ।

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ପଞ୍ଚାୟତରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ଏହି ପଞ୍ଚାୟତର 4ଟି ଗାଁ ଏବେ ଜଳବନ୍ଦି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ 100ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିର ଭିତରେ ବନ୍ୟାପାଣି ପଶିଛି ।

The post ହୀରାକୁଦ ଜଳ ଭଣ୍ଡାରର 34 ଗେଟ ଦେଇ ଖସୁଛି ଜଳ, ବନ୍ୟା ଆଶଙ୍କାରେ ତଳିଆ ବାସୀ appeared first on Truthink.