୮୧ ଗାଡ଼ିରୁ ୭ ଲକ୍ଷ ଜରିମାନା ଆଦାୟ ଫିଟ୍‌ନେସ୍ ନଥିବା ସ୍କୁଲ ବସ୍ ସହ ୧୧ ଗାଡ଼ି ଜବତ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ପରିବହନ ବିଭାଗ ପକ୍ଷରୁ ଗାଡ଼ି ମଟର ଯଞ୍ଚ ଆରମ୍ଭ ହୋଇଛି। ଗତ ୫ ତାରିଖଠାରୁ ପରିବହନ କ୍ଷେତ୍ରରେ ଥିବା ବସ୍,ଟ୍ରକ୍ ଆଦି ଯଞ୍ଚ କରାଯାଉଛି । ଦୁଇ ଦିନରେ ୮୧ଟି ଗାଡ଼ିରୁ ୭ ଲକ୍ଷ ୮୦ ହଜାର ୫୯୯ ଟଙ୍କା ଜରିମାନା ଆଦାୟ ହୋଇଛି । ଏଥିସହ ୧୧ଟି ଗାଡ଼ିକୁ ଜବତ କରାଯାଇଛି । ଏଥିମଧ୍ୟରେ ଗୋଟିଏ ସ୍କୁଲ ବସ୍‌ର ଫିଟ୍‌ନେସ୍‌ ନଥିବାରୁ ପ୍ରାୟ ୩୦ ହଜାର ଟଙ୍କା ଜରିମାନା କରାଯିବା ସହ ବସ୍‌କୁ ଜବତ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଜୋରଦାର୍ ଯାଞ୍ଚ କରାଯାଉଛି ।

ବିଶେଷକରି ପଲ୍ୟୁସନ ଓ ଫିଟ୍‌ନେସ୍‌କୁ ଗୁରୁତ୍ବ ଦିଆଯାଉଛି । ଏଥିସହ ଅନ୍ୟନ୍ୟ ଆବଶ୍ୟକୀୟ କାଗଜପତ୍ର ପତ୍ର ନଥିଲେ ଜରିମାନା ଆଦାୟ ହେଉଛି । ଦୁର୍ଘଟଣାମୁକ୍ତ ଓ ସୁରକ୍ଷିତ ଯାତ୍ରା ପାଇଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ନିୟମିତ ଚାଲିବ ବୋଲି ଢେଙ୍କାନାଳ ପରିବହନ ଅଧିକାରୀ ଶୁଭାଶିଷ ସାହୁ କହିଛନ୍ତି ।


ସେୟାର କରନ୍ତୁ