କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି l ସମାଜ ପାଠକ ବିଚାର ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ପୂର୍ବାହ୍ନରେ ରାମିୟାଳ ନଦୀରେ ତିଳ ତର୍ପଣ କରାଯିବା ପରେ ଗୋପବନ୍ଧୁ ପାର୍କରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି, ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ,ସମାଜ ପାଠକ ବିଚାର ମଞ୍ଚର ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ, ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ସମେତ ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ l