କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରର ସାରଙ୍ଗଧର ଷ୍ଟାଡିୟମ ଅଡ଼ିଟୋରିୟମ ଠାରେ ସ୍ଥାନୀୟ ଅଞ୍ଚଳର ଯୁବ କଳାକାର ମାନଙ୍କ ଦ୍ୱାରା ଚିତ୍ରିତ ନୂତନ ୟୁଟ୍ୟୁବ ଭିଡ଼ିଓ ‘ମୋ ଭାଇଜଗା ‘ ଲୋକାର୍ପିତ ହୋଇ ଯାଇଛି l ବ୍ରଦର୍ସ ପ୍ରଡ଼କ୍ସନ ତରଫରୁ ପ୍ରଯୋଜିତ ଏହି ୟୁଟ୍ୟୁବ ଭିଡ଼ିଓଟି ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭଲପାଇବା ଓ ଭକ୍ତିକୁ ନେଇ ନିର୍ମାଣ କରାଯାଇଛି l ସେଥିପାଇଁ ପବିତ୍ର ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଏହାର ଲୋକାର୍ପଣ କରାଯାଇଛି l
ଏହି କ୍ଷୁଦ୍ର ଭିଡ଼ିଓରେ କଳାକାର ଭାବେ ବିଶ୍ୱଜିତ ବିଶ୍ୱାଳ, ସାଇନା ରାଉତରାୟ, ସତୀଶ ପ୍ରିୟଦର୍ଶନ ରାଉତ, ସୁବ୍ରତ କାଣ୍ଡି, ଶ୍ରୀକୃଷ୍ଣ ସାହୁ, ଶ୍ରୀମୟ ସାହୁ, କଲ୍ୟାଣୀ ରାଉତ, ସୋମ୍ୟଜିତ ସାହୁ, ଓମ୍ ଶ୍ରୀ ମିଶ୍ର, ରୀନା ପାଣିଗ୍ରାହୀ ଓ ସୁମନ୍ତ ଜେନା ପ୍ରମୁଖ ଅଭିନୟ କରିଥିବା ବେଳେ ଏହି ଭିଡ଼ିଓଟି ସାଧାରଣରେ ବେଶ ପସନ୍ଦ କରାଯାଇଛି ।