ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର: କାମାକ୍ଷାନଗର ସହର ସଂନିକଟ ଜିରୀଡମାଳି ସ୍ଥିତ ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟର ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନାରାୟଣ ନାୟକ ଅଧ୍ୟକ୍ଷତା କରି ଚଳିତ ଶିକ୍ଷାବର୍ଷରେ ବିଦ୍ୟାର୍ଥୀମାନଙ୍କର ଶିକ୍ଷା ଉପରେ ଅଭିଭାବକ ମାନଙ୍କର ଭୂମିକା ଉପରେ ସୂଚନା ଦେଇଥିଲେ l ଏଇ ଅବସରରେ ନୂତନ ଅଭିଭାବକ ପରିଚାଳନା କମିଟି ଗଠନ କରାଯାଇଥିଲା l ଏଥିରେ ସସ୍ମିତା ଦେହୁରୀ ଚେୟାରମ୍ୟାନ ଓ ରୀନା ବେହେରା ଭାଇସ ଚେୟାରମ୍ୟାନ ଭାବେ ମନୋନୀତ ହୋଇଛନ୍ତି l ସହକାରୀ ଶିକ୍ଷକ ସୂର୍ଯ୍ୟମଣି ସାମଲ ଧନ୍ୟବାଦ ଦେଇଥିଲେ l


ସେୟାର କରନ୍ତୁ