ଲଗାଣ ବର୍ଷାରେ ବିଧବା ମହିଳାଙ୍କ ଘର ଭୁଶୁଡ଼ିଲା, ସରକାରୀ ସହାୟତା ଦାବି

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତର ବାଙ୍ଗୁରା ଗ୍ରାମର ଜଣେ ବିଧବା ମହିଳା ପୁନି ସାମଲଙ୍କ ଚାଳ ଘର କାନ୍ଥ ଭୁଶୁଡ଼ି ପଡ଼ିଛି । ଘର ଭାଙ୍ଗିଯିବା ଫଳରେ ଘରେ ଥିବା ଆସବାବପତ୍ର, ଖାଦ୍ୟ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାରର ବହୁ ଜିନିଷପତ୍ର ନଷ୍ଟ ହୋଇଯାଇଛି ।

ସୌଭାଗ୍ୟବଶତଃ ଘରେ ଥିବା ମହିଳା ଜଣକ ଅଳ୍ପକେ ରକ୍ଷା ପାଇଥିଲେ । ତେବେ ବର୍ତ୍ତମାନ ମହିଳା ଜଣଙ୍କ ଖୋଲା ଆକାଶ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।

ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଘଟଣାର ତୁରନ୍ତ ତଦନ୍ତ କରି କ୍ଷତିଗ୍ରସ୍ତ ବିଧବା ମହିଳାଙ୍କୁ ଜରୁରୀ ଆର୍ଥିକ ସହାୟତା, ରିଲିଫ ସାମଗ୍ରୀ ଏବଂ ସ୍ଥାୟୀ ବାସଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି । ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି ।


ସେୟାର କରନ୍ତୁ