କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର କୁଟୁରିଆ ଗ୍ରାମରେ ରହିଛି ମା’ ବିଲେଇଶୁଣୀଙ୍କ ପୁରାତନ ଶକ୍ତିପୀଠ । ମା ମିତୁ ଗଛ ମୂଳରେ ବିରାଜ ମାନ,କାମ୍ବଦନ୍ତୀ ଅନୁସାରେ ମା’ ପ୍ରତ୍ୟକ୍ଷଦେବୀ। ମା’ ଭକ୍ତଙ୍କ ଗୁହାରୀ ଶୁଣନ୍ତି । ଏହି କାରଣରୁ ଦୂର-ଦୂରାନ୍ତରୁ ଭକ୍ତମାନେ ଏହି ପୀଠକୁ ଆସନ୍ତି । ପୀଠର ମୁଖ୍ୟ ବିଶେଷତା ହେଉଛି ପ୍ରତ୍ୟେକ ରବିବାରେ ଭକ୍ତମାନଙ୍କ ଭିଡଜମେ । କେହି ମାନସିକ ପୂରଣ ପାଇଁ ମୁଣ୍ଡନ କରନ୍ତି । କେହି ମା’ଙ୍କ ପାଖରେ ଅଧିଆ ପଡ଼ିଥାନ୍ତି। ଶନିବାର ଓ ସୋମବାର ସକାଳ ୯ଟାରୁ ପୂଜାର୍ଚନା ଚାଲିଥାଏ ।

ରବିବାର ଦିନଟି ମା ବିଲେଇଶୁଣିଙ୍କ ବାର ଏହି ଦିନରେ ହଜାର ହଜାର ମାନସିକ ଧାରୀ ଆସନ୍ତି ଓ ମଧାହ୍ନ ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିଡ ଜମେ । ଭୋଜିକୁ ବାହାରକୁ ନେଇଯିବାକୁ ନିଷେଧ ରହିଥିବାରୁ ସେଠାରେ ବଣଭୋଜି କରିଥାନ୍ତି ଭକ୍ତ । ପରିବେଶ ପୀଠଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରକୃତିର ମନୋଜର ଶୋଭାରେ ପରିବେଷ୍ଟିତ । ଏଠାକାର ସମସ୍ୟା ହେଉଛି ଭକ୍ତମାନଙ୍କ ବଡ଼ ସଂଖ୍ୟାରେ ଆଗମନ ସତ୍ତ୍ବେ ପ୍ରଶାସନ ଅବହେଳାରେ ପୀଠର ପର୍ଯ୍ୟଟନ ଉନ୍ନତି ପଛକୁ ରହିଛି ।

ଯଦି ସରକାରୀ ମାନ୍ୟତା ଓ ସୁବିଧା ମିଳିଥାନ୍ତା ତେବେ ଏହାକୁ ଅଧିକ ପର୍ଯ୍ୟଟକ ଆସିପାରନ୍ତେ । କୁଟୁରିଆ ଗାଁ କମିଟି ତରଫରୁ ନିଜ ସହଭାଗିତାରେ ଯାହା କିଛି ପୁନଃ ନିର୍ମାଣ ଓ ଉନ୍ନତି କାମ କରାଯାଇଛି ।