ଭୁବନେଶ୍ଵର: ଉପକୂଳ ଓଡିଶା ସମେତ ଉତ୍ତର ଓ ଦଖିଣ ଓଡିଶାରେ କାଳବୈଶାଖୀ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ମେ ୨୪ ତାରିଖ କାଳବୈଶାଖୀ ରାଜ୍ୟର ଏହି ଅଞ୍ଚଳମାନଙ୍କରେ ଜାରି ରହିବ । ଫଳରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସହ ଘଡଘଡି ଓ ବର୍ଷା ହେବ । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପଶ୍ଚିମ ଓଡିଶାର କିଛିଟା ସ୍ଥାନରେ ଏହି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ ।
ସୂଚନାଥାଉକି, ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛିଟା ସ୍ଥାନରେ ବର୍ଷା ହୋଇସାରିଛି । ଚାନ୍ଦବାଲିର ସର୍ବାଧିକ ୨୬.୬ ମିଲିମିଟର ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୧୫, ହିରାକୁଦରେ ଓ ଝାରସୁଗୁଡାରେ ୧୪.୨ ମିମ ବର୍ଷା ହୋଇଛି । ସର୍ବନିମ୍ନ ଭାବରେ ପାରାଦ୍ଵିପରେ ୮ ମିମି ବର୍ଷା ରେକର୍ଡ କରାଯାଇଛି । ଅପରପକ୍ଷରେ ପଶ୍ଚିମ ଓଡିଶାରେ ଗ୍ରୀଷ୍ମର ଲହରୀ ଜାରି ରହିଛି । ମାଲକାନାଗିରିରେ ତାପମାତ୍ରା ୪୨.୨ ଡିଗ୍ରୀ ଭାରବେ ସର୍ବାଧିକ ରହିଥିବା ବେଳେ ବଲାଙ୍ଗୀରରେ ୪୨ ଓ ଟିଟିଲାଗଡରେ ୪୧ ଡିଗ୍ରି ତାପମାତ୍ରା ରହିଛି ।
ପ୍ରକାଶଥାଉକି, ଆସନ୍ତା ଜୁନ୍ ୬ ସୁଦ୍ଧା ଓଡିଶାକୁ ପ୍ରାକ ମୌସୁମି ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଛି । ଏହାପୂର୍ବରୁ ପ୍ରାକ ମୌସୁମି ବର୍ଷା ଆରମ୍ଭ ହେବ ।