ଭୁବନେଶ୍ୱର: ରାଜ୍ୟର ୨୨ଟି ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଓ କାଲି ୨୨ଟି ଜିଲ୍ଲାରେ ଝଡ଼ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିବାର ସମ୍ଭାବନା ରହିଛି ।
କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଦିଆଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି ବେଗରେ ପବନ ବୋହିପାରେ । ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି ।
ବଙ୍ଗୋପସାଗର ଉପକୂଳରେ ପାଗ ଖରାପ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରୁ ନ ଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ଅପରାହ୍ଣପରେ ପାଗ ମେଘୁଆ ରହିବ । ରାତିରେ କାଁ ଭାଁ ଝଡ଼ବର୍ଷା ବି ହୋଇପାରେ। ୨୩ ଓ ୨୪ ତାରିଖ ବେଳକୁ ଉପକୂଳରୁ କାଳବୈଶାଖୀ କମିବ। କିନ୍ତୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷା ଅଧିକ ହୋଇପାରେ ।